News
WhatsApp Image 2023-10-04 at 17.25.00
samparksetu

ଦରମା ବୃଦ୍ଧି ଦାବିରେ ସ୍ୱଚ୍ଛସାଥି ଙ୍କ ଦାବିପତ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ସେମାନଙ୍କ ଦରମାବୃଦ୍ଧି ଦାବି କରି ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ କି ,ସାରାରାଜ୍ୟରେ ସରକାରଙ୍କ ଅଧୀନରେ ବିଭିନ୍ନ ମହାନଗରନିଗମ, ପୌରପରିଷଦ ଓ ଏନଏସି ମାନଙ୍କରେ ସଫେଇ ଓ ପରିମଳ କାର୍ଯ୍ୟରେ ନିଷ୍ଠାର ସହକାରେ କାର୍ଯ୍ୟ କରୁଛନ୍ତି ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି । ଏଥିସହ ସହରରେ ସଂଗୃହିତ ଅଳିଆ ଆବର୍ଜନାକୁ ପୃଥକିକରଣ କରିବା ସହ ଘରକୁଘର ଯାଇ ସର୍ଭେ କରିବା, ସର୍ବେକ୍ଷଣ କରିବା ସ୍ୱଚ୍ଛତାର ବାର୍ତ୍ତା ଦେବା, ଇଉଜର୍ସ ଫି ସଂଗ୍ରହ କରିବା ସହ କୋଭିଡ ସମୟରେ ଜୀବନକୁ ବାଜି ଲଗେଇ ସେବା ଯୋଗାଇଦେବା କାର୍ଯ୍ୟ କରି ଆସୁଛନ୍ତି ମାତ୍ର ଏମାନେ ସରକାରୀ ଅବହେଳାର ଶିକାର ହେଉଛନ୍ତି ।

ସରକାର ଏମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେଉନଥିବା ବେଳେ ସର୍ବନିମ୍ନ ଦରମା ଓ ସମ୍ନlନ,ମାନ୍ୟତା ମଧ୍ୟ ମିଳୁନାହିଁ ।ବିନା ନିଯୁକ୍ତିରେ ସୁପରଭାଇଜରଙ୍କୁ ୮ହଜାର ଓ ସ୍ୱଚ୍ଛସାଥୀଙ୍କୁ ୪ହଜାର ଟଙ୍କା ଦେଉଥିବାବେଳେ ନିର୍ବାଚନ ପୂର୍ବରୁ ତାହା ୧୨ହଜାର ଓ ୮ହଜାରକୁ ବୃଦ୍ଧି କରାଯାଇଛି ଏବଂ ବର୍ଦ୍ଧିତ ଦରମା ଏ ଯାଏ ପ୍ରଦାନ କରାଯାଉନାହିଁ ।

ଏଣୁ ବିନା ସର୍ତ୍ତରେ ବର୍ଦ୍ଧିତ ଦରମା, ଚାରି ପ୍ରସ୍ତାବ, ସ୍ଥାୟୀ ନିଯୁକ୍ତି, ସବୈତନିକ ଛୁଟି ପ୍ରଦାନ, ୟୁଜର୍ସ ଫି ଆଦାୟ ସମୟରେ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଏଥିନିମନ୍ତେ ମାସିକ ଦରମା ସଂଯୁକ୍ତ କରାନିଜଯିବା, ବୀମାଭୁକ୍ତ କରି ସାମାଜିକ ସୁରକ୍ଷା ଓ ୟୁନିଫର୍ମ ପ୍ରଦାନ, ପ୍ରସୂତି ସମୟରେ ୬ମାସ ସବୈତନିକ ଛୁଟି ପ୍ରଦାନ, ଇପିଏଫ ଓ ଇଏସଆଇ ସୁବିଧା ସହ ସ୍ୱଚ୍ଛସାଥି ସୁପରଭାଇଜର ମାନଙ୍କ କାର୍ଯ୍ୟରେ କାଉନସିଲର, କର୍ପୋରେଟର ମାନଙ୍କ ଦ୍ୱାରା ତଦାରଖ ଓ ଅଯଥା ହସ୍ତକ୍ଷେପ ନକରିବା ଇତ୍ୟାଦି ଦଶଦଫା ଦାବି କୁ ନେଇ ହିନ୍ଦୋଳ ଏନଏସି ରେ ଆଜି ଏକ ଦଶଦଫା ସମ୍ବଳିତ ଦାବିପତ୍ର କାର୍ଯ୍ୟରତ ସ୍ଵଛ ସୁପରଭାଇଜର ସୁପ୍ରିୟା ସାହୁ ଓ ସ୍ୱଚ୍ଛ ସାଥି ପ୍ରତିମା ଜେନା, ଅର୍ଣ୍ଣପୂର୍ଣ୍ଣା ନାଠି, ସୁଭଦ୍ରା ଭୂତିଆ ଓ ପ୍ରିତିଶ୍ରୀ ବେହେରା ପ୍ରମୁଖ ଲିଖିତ ଭାବରେ ହିନ୍ଦୋଳ ଉପଜିଲ୍ଲାପାଳ, ଏନଏସି ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!