News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଚାଷୀ ଙ୍କ ଜୀବନ ଗଲା

ହିନ୍ଦୋଳ ଉପଖଣ୍ଡ ରେ ଗୋଟିଏ ବର୍ଷ ରେ କେବଳ ଶୌଚ ହେବାକୁ ଯାଇ ହାତୀ ହାବୁଡ଼ରେ ପଡି ୧୦ ଜଣରୁ ଉର୍ଦ୍ଧ ମୃତ୍ୟୁ ବରଣ କରିସାରିଛନ୍ତି ।

ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଥାନା ଵାଵନ୍ଧ ଗ୍ରାମର ଚାଷୀ ବାବାଜୀ ବିଶ୍ଵାଳ ( ୫୮ ) ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଖବର ନେବାରେ ଜଣାଗଲା ଯେ ସକାଳେ ବାବାଜୀ ବିଶ୍ଵାଳ ଗ୍ରାମ ନିକଟସ୍ଥ ଯୋର ପାଖକୁ ନିଜର ନିତ୍ୟକର୍ମ ସାରିବାକୁ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ପରେ ଆଜି ଦିନ ପ୍ରାୟ ୧୨ ଘଟିକା ସମୟରେ ନିକଟସ୍ଥ ଶିବ ମନ୍ଦିର ନିକଟରେ ବାବାଜୀ ବିଶ୍ଵାଳ ଙ୍କର ମୃତ୍ୟୁ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ରାସୋଳ ଥାନା କୁ ଖଵର ଦେଇଥିଲେ ।

ଖବରପାଇ ରାସୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଓଲଟାଇଵା ପରେ ହାତୀ ତାଙ୍କୁ କୁଦି ମାରି ଦେଇଥିବା ଜଣାପଡିଥିଲା।ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିଲା ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ପରେ ହାତୀ ଆକ୍ରମଣରେ ବାବାଜୀ ବିଶ୍ଵାଳ ଙ୍କର ମୃତ୍ୟୁ ବରଣ ହୋଇଥିବା ଜଣାପଡିଥିଲା। ପୋଲିସ ଏକ ମାମଲା ଦାୟର କରି ଶବକୁ ପୋଷ୍ଟମର୍ଟମ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡ଼ିଛି। ଵନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ୬୦ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ଅର୍ଥରାଶି ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

new life
You might also like
error: Content is protected !!