News
WhatsApp Image 2023-10-04 at 17.25.00
samparksetu

ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ମୁଖର ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସଦର ଉପଜିଲ୍ଲାପାଳ ସପନ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପୂଜା ଆୟୋଜନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ନିଆଯାଇଥିବା ନିଷ୍ପତି ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ ।

ଗଣେଶ ପୂଜା କମିଟିର ସଭାପତି ସୁଧାଂଶୁ କୁମାର ଦଳେଇ ସହରରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସେପ୍ଟେମ୍ବର ୭ ତାରିଖରୁ ଗଣେଶ ପୂଜା ଆରମ୍ଭ ହୋଇ ୧୩ ତାରିଖ ଶୁକ୍ରବାର ଦିନ ବିସର୍ଜନ ହେବ । ବିସର୍ଜନ ଦିନ ସକାଳ ୮-୯ଘଟିକା ମଧ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଲଟେରୀ ମାଧ୍ୟମରେ ବିସର୍ଜନ ନିମନ୍ତେ କ୍ରମାନ୍ୱୟ ପ୍ରସ୍ତୁତି ପରେ ମୂର୍ତ୍ତି ଗୁଡିକ ବିସର୍ଜନ ନିମନ୍ତେ କାଠଶଙ୍ଘ,କୁଞ୍ଜକାନ୍ତ,ଯାଉଁଳିପୋଖରୀ ,ଜେଲ ପୋଖରୀ,ବାଇପାସସ୍ଥିତ ପୋଖରୀରେ ବିସର୍ଜନ କରାଯିବ । ରାତ୍ର ନଅଘଟିକା ସମୟରେ ଶୋଭଯାତ୍ରାରେ ବିସର୍ଜନ କାର୍ଯ୍ୟ ସମାପନ
ହେବ,ଏଥିରେବିଳମ୍ବ ହେଲେ ବିନା ଶୋଭାଯାତ୍ରାରେ ପୂଜା ପ୍ରତିଷ୍ଠାନ ମାନେ ବିସର୍ଜନ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଛି । ବିସର୍ଜନ ସମୟରେ ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ମାନେ ଉପସ୍ଥିତ ରହିବେ । ପ୍ଲାଷ୍ଟିକ ବର୍ଜନ ସହିତ ପରିଷ୍କାର ପରିଛନ୍ନ ପ୍ରତି ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ବିସର୍ଜନ ଦିନ ସହରରେ ସମସ୍ତ ମଦଦୋକାନ ବନ୍ଦ ରହିବ । ମୂର୍ତ୍ତି ବିସର୍ଜନ ଦିନ ପୂଜା ପ୍ରତିଷ୍ଠାନର କୌଣସି ସଭ୍ୟ ମଦ୍ୟପାନ କରିବେ ନାହିଁବୋଲି ପ୍ରକାଶ କରିଛନ୍ତି । ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ମୁଖର କରିବା ନିମନ୍ତେ ଶାନ୍ତି କମିଟି ବିଶେଷ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଗଣେଶ ପୂଜା ଏବଂ ଭସାଣି ଉତ୍ସବ ସମାପନ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ଏବଂ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ପୋଲିସ ମୁତୟନ ହେବେ,ସେ ସମ୍ପର୍କରେ ଅତରିକ୍ତି ଏସପି ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଗଣେଶ ପୂଜା କମିଟିର ସମ୍ପାଦକ ସନ୍ଦୀପ କୁମାର ଷଢଙ୍ଗୀ,ପୌରପାଳିକାର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ରକୁଅଁର,ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀ ଜ୍ୟୋତିଷ ଚନ୍ଦ୍ର
ମହାପାତ୍ର , ପୌର ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ,ପୋଲସି ଅଧିକାରୀ,ସମସ୍ତ ପୂଜା କମିଟିର କର୍ମଚାରୀ,ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

new life
You might also like
error: Content is protected !!