News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ଏନ୍ ଏ ସି ଅର୍ଦ୍ଧନିର୍ମିତ ରାସ୍ତାକୁ ସଂପୂର୍ଣ୍ଣ କରିବାକୁ ସାହି ବାସୀଙ୍କ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ଖାଲୁଆ ମାଟି ରାସ୍ତା ଲଗାଣ ବର୍ଷା ଜଳରେ ଉବୁଟୁବୁ ହେଉ ଥିଲେ ହେଁ ଏଠି ପ୍ରତି ବର୍ଷ ବର୍ଷ ଧରି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ି ପାରୁ ନାହିଁ।

ଖୋଦ୍ ଏନ୍ ଏ ସି ଅଧ୍ୟକ୍ଷଙ୍କ ଘର ବାରି ପଛ ପାଖକୁ ଲାଗି ଉକ୍ତ ରାସ୍ତା ଯାଇଥିଲେ ମଧ୍ୟ ଦୃଷ୍ଟି ନପଡ଼ିବା ଦୁର୍ବାଘ୍ୟର ବିଷୟ। ଉଲ୍ଲେଖ ଯୋଗ୍ୟ ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ବ୍ରାହ୍ମଣ ସାହି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇ ତାକୁ ଅଧାରେ ଛାଡି ଦିଆ ଯାଇଥିଲା। ସେତେବେଳେ ରାସ୍ତାଟିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସାହି ବାସୀ କହିଥିଲେ ମଧ୍ୟ ଏନ୍ ଏ ସି କର୍ତ୍ତୁପକ୍ଷ ଅଧିକ ଅର୍ଥ ମଞ୍ଜୁର ନକରିବାରୁ ସେହିଭଳି ଧୂଳି ଧୂସରିତ ମାଟି ରାସ୍ତାଟି ପଡ଼ି ରହିଛି। ରାସ୍ତାକୁ ଲାଗି ଲଟି ଘାଟ ଭର୍ତ୍ତି ହୋଇ ରହିଥିବାରୁ ବିଷଧର ସାପ ମାନଙ୍କର ବିଚରଣ ସ୍ଥଳ ପାଲଟିଛି। ବିଭିନ୍ନ ସମୟରେ ଖରା ଦିନିଆ ବର୍ଷା ଓ ବର୍ଷା ଋତୁରେ ଲଗାଣ ବର୍ଷା ଜଳ ଜମିରହି ଅବଶିଷ୍ଟ ରାସ୍ତାକୁ କଦର୍ଯ୍ୟ କରି ପକାଉଛି। ସାହି ବାସୀଙ୍କ ସମେତ ଆଖ ପାଖ ଗୋଚ୍ଛାୟତ ସାହି, ବାଙ୍କୁଆଳ ସାହି ବାସୀ ଉକ୍ତ ରାସ୍ତା ଦେଇ ଦୈନ ଦିନ ଯାତାୟାତ କଲା ବେଳେ ବହୁ ହଇରାଣ ଭୋଗୁଥିବା ଦେଖା ଯାଉଛି। ସାହି ମଧ୍ୟକୁ ଚାରି ଚକିଆ ଗାଡ଼ି ଟିଏ ପ୍ରବେଶ କଲେ ଅନୁରୂପ ଅବସ୍ଥା ଘଟୁଥିବା ଦେଖା ଯାଉଛି। କର୍ତ୍ତୁପକ୍ଷ ତୁରନ୍ତ ରାସ୍ତା ସମସ୍ୟାର ସମାଧାନ କରି ଏହାକୁ ସବୁଦିନିଆ ରାସ୍ତାରେ ପରିଣତ କରାଇବାକୁ ସାହି ବାସୀଙ୍କ ସମେତ ଅଞ୍ଚଳ ବାସୀ ଦୃଢ଼ ଦାବି କରୁଛନ୍ତି।

new life
You might also like
error: Content is protected !!