News
WhatsApp Image 2023-10-04 at 17.25.00
samparksetu

ବ୍ୟବସାୟୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁଶ ପୋଖରୀ ଗ୍ରାମପଂଚାୟତର ସନ୍ତୋଷ (୩୬) ନାମକ ଜଣେ ବ୍ୟବସାୟୀ ନିଜ ଦୋକାନ ମଧ୍ୟରେ ଶୋଇ ଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ , ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ କିଣିବାକୁ ଯାଇଥିବା ବେଳେ ବହୁ ଡାକିବା ପରେ ସେ ଦୋକାନ ନଖୋଲିବାରୁ ତାଙ୍କ ପରିବାର ଓ କେତେକ ଗ୍ରାମ ବାସୀ ମିଶି କବାଟ ଭାଙ୍ଗି ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇ ହିନ୍ଦୋଳ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଡାକ୍ତରଖାନା ପଠାଇ ଦେଇ ଏ ସଂକ୍ରାନ୍ତରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଥିଲେ।

ସନ୍ତୋଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଓ ଫରେନ୍ସିପ ଲ୍ୟାବ ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯଗ୍ୟ ଯେ ,ବାଉଁଶ ପୋଖରୀ ଗ୍ରାମର ଦୁର୍ଗାଚରଣ ସେଠୀଙ୍କ ପୁଅ ସନ୍ତୋଷ ଗ୍ରାମ ଛକରେ ୮/୧୦ ବର୍ଷ ଧରି ଦୋକାନ କରି ଆସିଥିଲେ। ତାଙ୍କ ମୃତ୍ୟୁରେ ନିଜ ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

new life
You might also like
error: Content is protected !!