News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଯୁବକ

ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ସାଆନ୍ଦା ବିଟ୍ ତୁଲସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ତାଙ୍କୁ ‌ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫) । ସେବଆଜି ସକାଳୁ କାମାକ୍ଷାନଗର ଯାଉଥିବା ସମୟରେ ଗ୍ରାମ ନିକଟସ୍ଥ ଗଣ୍ଠି ଗାଡିଆ ନିକଟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ଦେଇଥିଲା ଯାହାଫଳରେ ତାଙ୍କର ବାମ ପାଖ ଜଙ୍ଘରେ ଗଭୀର ଆଘାତ ଲାଗିଛି।

ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ।ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

new life
You might also like
error: Content is protected !!