News
WhatsApp Image 2023-10-04 at 17.25.00
samparksetu

ପୂର୍ତ୍ତବିଭାଗ ଗାଡ଼ି ଧକ୍କାରେ ୧ମୃତ

ରାସ୍ତା ରେ ଜଗି ରହିଛି ଯମ। ପ୍ରବଳ ବର୍ଷା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିଲେ ପଥିକ। ଦୃତ ଗତିରେ ମାଡ଼ି ଆସିଲା ବୋଲେରୋ । ଚଢି ଗଲା ବାଇକ ଓ ମଣିଷ ଙ୍କ ଉପରେ , ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଆହତ ହୋଇଛନ୍ତି ।
ଘଟଣା ଟି ଘଟିଛି ପରଜଙ୍ଗ ଥାନା ପିତିରି ଛକ ରେ । ଦୃଘଟଣା ଯୋଗୁ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ପିତିରି ଗାଁ ନିକଟରେ ବୋଲେରୋ ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଅଳ୍ପକେ ବର୍ତ୍ତିଛନ୍ତି ୧୦ ରୁ ଉର୍ଦ୍ଧ୍ୱ ପଥିକ। ମୃତକ ହେଲେ ପିତିରି ଗାଁର ବସନ୍ତ କୁମାର ସାହୁ( ୫୦) । ଜାତୀୟ ରାଜପଥ ପାଖ ଚାଷ ଜମିକୁ ଯାଇଥିବା ବେଳେ ଘଟିଛି ଦୁର୍ଘଟଣା। ବର୍ଷାରୁ ବର୍ତ୍ତିବା ପାଇଁ ଗାଡି ରଖି ରାସ୍ତା କଡରେ ବିଶ୍ରାମ ନେଉଥିଲେ ୧୦ରୁ ଉର୍ଦ୍ଧ୍ୱ ପଥିକ। ପରଜଙ୍ଗରୁ ତାଳଚେର ଆଡେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ ଦେଇଥିଲା ଧକ୍କା। ଡ୍ରାଇଭର ସହ ବୋଲେରୋ ଗାଡିକୁ ଜବତ ତଦନ୍ତ କରିଛି ପରଜଙ୍ଗ ପୋଲିସ। ସେପଟେ ଚାଷୀଙ୍କ ମୃତ୍ୟୁକୁ ନେଇ ପିତିରି ଛକ ନିକଟରେ ଉତ୍ତେଜନା ଦେଖା ଦେଇଥିଲା ଏ ନେଇ ପରଜଙ୍ଗ ପୋଲିସ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି। ଗାଡ଼ି ଟି ପୂର୍ତ୍ତ ବିଭାଗ ର ବୋଲି ଜଣାପଡ଼ିଛି ।

new life
You might also like
error: Content is protected !!