News
WhatsApp Image 2023-10-04 at 17.25.00
samparksetu

କମ୍ପାନୀ ର ମନମାନି ,ରାସ୍ତା ଖୋଳିବା ପରେ କରୁନାହିଁ ମରାମତି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁବିଧାପାଇଁ ରାଜ୍ୟସରକାର ୪ବର୍ଷ ତଳୁ ପ୍ରାୟ ୮୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ।ଏହି ପ୍ରକଳ୍ପ ଦ୍ୱାରା ନିର୍ବାଚନ ମଣ୍ଡଳୀର ପ୍ରାୟ ୫ଲକ୍ଷ ଉର୍ଦ୍ଧ୍ବ ଜନତା ଉପକୃତ ହେବେ । ତେବେ ବଡ଼ବଡ଼ିଆ ପ୍ରଭାବଶାଳୀଙ୍କୁ ଧରି ଏହି ଟେଣ୍ଡର ହାତେଇ ଥିବା ଭୋଲଟାସ କମ୍ପାନୀର ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହେଲେଣି ଜନସାଧାରଣ।

ହିନ୍ଦୋଳ ଓଡ଼ାପଡ଼ା ବ୍ଲକରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା ଭୋଲଟାଜ କମ୍ପାନୀ ଠିକାଦାର ପାଇପ୍ ବିଛାଇବା ପାଇଁ ପ୍ରତ୍ୟେକ ଗ୍ରାମ ରାସ୍ତାକୁ ଖୋଳି ଦିର୍ଘ ସମୟ ପକାଇ ରଖୁଥିବା ଯୋଗୁଁ ଲୋକମାନ ଯାତାୟାତ ରେ ଵାଧା ସୃଷ୍ଟି କରିବା, ପାଇପ୍ ପୋତିବା ପରେ ଗାତରେ ବାଲିଫିଲିଙ୍ଗ୍ କରିବା କଥା କିନ୍ତୁ ଠିକାଦାର ତାହା ନକରି ସେହି ଖୋଳିଥିବା ମାଟି ଫିଲିଙ୍ଗ କରିବା ବେଳେ ରାସ୍ତା ସାରା ମାଟି ପଡି କାଦୁଅ ସୃଷ୍ଟି କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ସରକାରୀ ଅର୍ଥରେ ନିର୍ମିତ ପକ୍କା ସଡ଼କ ରାସ୍ତା ଭାଙ୍ଗିରୁଜି ନଷ୍ଠ ହେଉଛି ଏବଂ ଲୋକମାନେ ତଥା ଗ୍ରାମର ଛୋଟ ଛୋଟ ପିଲା ମାନେ ସେହି କାଦୁଅ ରାସ୍ତାରେ ଯିବା ଆସିବା କରିବାପାଇଁ ବାଧ୍ୟ ହେଉଥିବା ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେହିପରି ହିନ୍ଦୋଳ ବ୍ଲକ ହିନ୍ଦୋଳ ଏନ ଏ ସି ସହିତ ବହୂ ସ୍ଥାନରେ ପାଇପ ବିଛାଇବା ପାଇଁ ରାସ୍ତାସାଇଡ ଖୋଳି ଦେଇ ପରେ ସଠିକ ଭାବରେ ମାଟି ଫିଲିଙ୍ଗ ନକରିବା ଯୋଗୁଁ ବହୂ ଛୋଟବଡ଼ ଦୁର୍ଘଟଣା ସହ ଗାଈଗୋରୁ ମଧ୍ୟ ଫସି ଯାଉଛନ୍ତି । ଏହା ଛଡ଼ା କଂକ୍ରିଟ ଖୋଳି ଦେଲା ପରେ ସେହି ସ୍ଥାନକୁ ଆଉ କଂକ୍ରିଟରେ ପୂରଣ କରାଯାଉନାହିଁ । ଭୋଲଟାସ କମ୍ପାନୀକୁ ବାରମ୍ବାର କହିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ ।ବହୂ ପ୍ରଭାବଶାଳୀ, ବଡବଡିଆଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ଟେଣ୍ଡର ହାତେଇ ଥିବା ଏହି କମ୍ପାନୀ ମୁଣ୍ଡରେ ସେହି ପ୍ରଭାବଶାଳୀ ବ୍ୟକ୍ତି ଓ କିଛି କୁଜି ଟାଉଟରଙ୍କ ପ୍ରଚ୍ଛନ୍ନ ସହଯୋଗ ପାଇଁ ଠିକାଦାର ବେପାରବାୟ ରହିବା ସହ ତାହାର କାର୍ଯ୍ୟଶୈଳୀ ମଧ୍ୟ ନିମ୍ନମାନର ଅଟେ ।

ସେଥିପାଇଁ ସରକାରଙ୍କ ଏହି ବହୁମୁଖୀ ଜନହିତକର ପ୍ରକଳ୍ପର ସୁଫଳ ଜନସାଧାରଣ ପାଇପାରିବେ ବୋଲି ସନ୍ଦେହ କରାଯାଉଛି । ଏହା ଛଡା ଦୀର୍ଘ ୪ବର୍ଷ ହେଵ ଚାଲିଥିବା ଏହି ପ୍ରକଳ୍ପ ସାରିବାର ନାମ ମଧ୍ୟ ଧରୁନାହିଁ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକର ଜନସାଧାରଣ ଏପଟେ ହାତପାଖରେ ସୁବିଧାରେ ପାନୀୟଜଳ ପାଇବାର ସ୍ବପ୍ନ ଦେଖୁଥିବା ବାରମ୍ବାର ପ୍ରତାରିତ ହେଉଥିବା ସାଧାରଣ ଜନତା କୁହନ୍ତି ଆମକୁ ମିଥ୍ୟା ପ୍ରତିଶୃତି ଦେଇ ଏମିତି କେତେବର୍ଷ ଏମାନେ ଠକିବେ? ପ୍ରହସନର ମିଥ୍ୟା ପ୍ରତିଶୃତିର ପରଦା ଆମ ଆଖିରୁ ଖୋଲିଲାଣି ଆଗକୁ ନିଶ୍ଚିତ ଜନସାଧାରଣ ଉଚିତ ପଦକ୍ଷେପ ନେବେ । ସମଗ୍ର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଉଭୟ ବ୍ଲକର ହେଉଥିବା ଏହି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତାର ସ୍ୱଚ୍ଛତା ପାଇଁ ଠିକାଦାରଙ୍କ ମନମାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ ମଣ୍ଡଳୀର ଗୋପାଳପୁର,ଵୀଣାକାରକାଟେଣି ବାସିଙ୍କ ସହ ହିନ୍ଦୋଳ ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

new life
You might also like
error: Content is protected !!