News
WhatsApp Image 2023-10-04 at 17.25.00
samparksetu

ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ

ଦୁଃଖ ଦେଉଛି ନିତି ଦିନିଆ ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ବାହାଡା ଗାଁରେ ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ କରିଛନ୍ତି। ଦୀର୍ଘ ଦିନ ହେବ ଗାଁର ମୁଖ୍ୟ ରାସ୍ତାଟି ମରଣଯନ୍ତା ପାଲଟିଛି। ଏପରିକି ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗାଁର ପ୍ରାୟ ୭୮ଟି ପରିବାର ରାସ୍ତାକୁ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ ପ୍ରକାଶ କରିଛନ୍ତି। ଏପରିକି ୨୦୧୯ ମସିହା ବିଦ୍ୟାଳୟ ଏକତ୍ରୀକରଣ ଯୋଗୁଁ କୁନି କୁନି କୋମଳମତି ଶିଶୁ ମାନେ ଏହି ରାସ୍ତା ଦେଇ ପ୍ରାୟ ୨କିଲୋମିଟର ଦୂର କାଦୁଆ ଗାଁ ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି। ବିଭିନ୍ନ ସମସ୍ୟା ଘେରରେ ଥିବା ବାହାଡା ଗାଁକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗାଁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି।

new life
You might also like
error: Content is protected !!