News
WhatsApp Image 2023-10-04 at 17.25.00
samparksetu

ଦୀର୍ଘ ୫ ଘଣ୍ଟା ପରେ ସାପୁଆ କେନାଲ ରୁ ଉଦ୍ଧାର ହେଲେ ମାଆ ଓ ଛୁଆ ହାତୀ

ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ଲହଡ଼ା ଠାରେ ସାପୁଆର ମୁଖ୍ୟ କେନାଲରେ ଗତ ରାତିରୁ ଫଶିଥିଲେ ମା ଓ ଛୁଆ ହାତୀ। ଦୀର୍ଘ ୫ ଘଣ୍ଟା ପରେ ଜେସିବି ମେସିନ ଓ ବନ ବିଭାଗ କର୍ମଚାରୀଙ୍କ ଉଭୟ ସହାୟତା ରେ ମାଟି ପକାଇ ଉଧାର କରିଥିଲେ ମାଆ ଓ ଛୁଆ ହାତୀ କୁ।

ଗତ ରାତି ସମୟରେ ସାପୁଆ କେନାଲ ରାସ୍ତା ଦେଇ ହାତୀ ଦଳ ଯାଉଥିବା ବେଳେ ମା ସହ ରହିଥିବା ଛୁଆ ହାତୀ କେନାଲ ମଧ୍ୟକୁ ଖସି ପଡ଼ିଥିଲେ। ଅନ୍ୟ ହାତୀ ମାନେ ସକାଳ ପର୍ଯ୍ୟନ୍ତ ଉଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକାଳ ହୋଇଯାଇଥିବା ବେଳେ ଲୋକ ଗହଳି ଦେଖିବାରୁ ଅନ୍ୟ ହାତୀ ମାନେ ପାଖ ଜଙ୍ଗଲକୁ ପଳାଇଯାଇଥିଲେ। ମାତ୍ର ମାଆ ଓ ଛୁଆ ହାତୀ ରହିଯାଇଥିଲେ। ଖବର ପାଇଁ ବନ ବିଭାଗ କର୍ମଚାରୀ ଓ ଜେସିବି ମେସିନ ସହାୟତାରେ ମାଟି ପକାଇବା ପରେ ଉଭୟ ମାଆ ଏବଂ ଛୁଆ ହାତୀ ଉଦ୍ଧାର ହୋଇ ପାଖ ଜଙ୍ଗଲକୁ ପଳାଇ ଯାଇଛନ୍ତି।

new life
You might also like
error: Content is protected !!