News
WhatsApp Image 2023-10-04 at 17.25.00
samparksetu

ମହିଳା ଙ୍କୁ ମରଣାତ୍ମକ ଆକ୍ରମଣ କରି ନାଳରେ ଫିଙ୍ଗିଲେ

ବାଲିମି ଥାନା ଅନ୍ତର୍ଗତ ଠୋକର ଗ୍ରାମରେ ଜଣେ ମହିଳା ଙ୍କୁ ସେହି ଗ୍ରାମର ଜଣେ ଯୁବକ ମରଣାତ୍ମକ ଆକ୍ରମଣ କରି ନିକଟସ୍ଥ ଏକ ନାଳକୁ ଫିଙ୍ଗିଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ , ଠୋକର ଗ୍ରାମର ନିରୋଦ ମାଝୀ ଙ୍କ ସ୍ତ୍ରୀ ସୂବେଇ ମାଝୀ ଗ୍ରାମ ନିକଟ ଏକ ନାଳକୁ ଶୁକ୍ରବାର ଯାଇଥିଲେ କୌଣସି କାରଣ ରୁ ସେହି ଗ୍ରାମର ଜଣେ ଯୁବକ ସୂବେଇ କୁ ମରଣାତ୍ମକ ଆକ୍ରମଣ କରି ନାଳରେ ଫିଙ୍ଗି ଦେଇଥିଲା, ମହିଳା ଙ୍କ ପାଟି ଶୁଣି ନିକଟରେ ଥିବା କିଛି ଗ୍ରାମବାସୀ ମହିଳା ଙ୍କୁ ଉଦ୍ଧାର କରିଥିବା ବେଳେ ପରିବାର ଲୋକ ପ୍ରଥମେ ଢେଙ୍କାନାଳ ଡାକ୍ତର ଖାନା ନେଇଥିଲେ ।

ମହିଳା ଜଣଙ୍କ ଗୁରୁତର ଥିବାରୁ ଡାକ୍ତର ଙ୍କ ନିର୍ଦେଶ କ୍ରମେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ମହିଳା ଙ୍କ ପରିବାର ପକ୍ଷରୁ ବାଲିମି ଥାନାରେ ଅଭିଯୋଗ କରାଯାଇଛି, କେବଳ ମରଣାତ୍ମକ ଆକ୍ରମଣ ନାଁ ଆଉ କିଛି କାରଣ ଅଛି ତାହା ମହିଳା ସୁସ୍ଥ ହେବା ପରେ ଜଣାପଡିବ ବୋଲି କୁହାଯାଉଥିବା ବେଳେ ଏ ସମ୍ପର୍କ ରେ ବାଲିମି ଥାଧିକାରୀ ଅନୁରାଗ ମଳିକ ଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ଅଭିଯୋଗ ପାଇଛୁ ଘଟଣାର ବିଷୟ ରେ ତଦନ୍ତ ଚାଲିଛି ଖୁବ ଶୀଘ୍ର ଘଟଣାର ସତ୍ୟାସତ୍ୟ ବାହାର କରାଯିବ ।

new life
You might also like
error: Content is protected !!