News
WhatsApp Image 2023-10-04 at 17.25.00
samparksetu

ସୁଭଦ୍ରା ଲୋଭ ; ଜୋତା ଭରଷା ,ଠେଲା ପେଲାରେ ହାତ ଭାଙ୍ଗିଲା

ସୁଭଦ୍ରା ଯୋଜନା ପାଇବା ଲୋଭରେ ଶହଶହ ଲୋକ ବ୍ଲକ କୁ ଆସିଥିଲେ ଆଧାର କାର୍ଡ ସଂଶୋଧନ ପାଇଁ। ସକାଳ ୮ଟା ବେଳକୁ ଶହ ଶହ ଲୋକ ଜୋତା ଥୋଇ ଜଗି ବସିଥାନ୍ତି । ହଠାତ ବର୍ଷା ହେଲା। ଲୋକ ଙ୍କ ମଧ୍ୟ ରେ ଠେଲା ପେଲା ଲାଗିଲା । ଏହି ଠେଲା ପେଲାରେ ଜଣେ ବୟସ୍କ ମହିଳା ପଡିଯିବାରୁ ତାଙ୍କ ବାମ ହାତ ଭାଙ୍ଗିଯାଇଛି।

ପ୍ରକାଶ ଥାଉକି , ୨ଦିନ ହେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଆଧାର ସଂଶୋଧନ କେନ୍ଦ୍ରରେ ଲାଗିଛି ଭିଡ଼ । ସକାଳ ଯାଇ ସନ୍ଧ୍ୟା ହେଉଛି ହେଲେ ମାତ୍ର ୮୦/୯୦ ଜଣଙ୍କର ହେଉଛି ସଂଶୋଧନ । ୧୮ ପଞ୍ଚାୟତ ରୁ ଆସି ଥିବା ମହିଳା ବାଧ୍ୟ ହୋଇ ଭୋକ ଉପାସ ରେ ଫେରୁଛନ୍ତି । ସମସ୍ତ ବିଷୟ ବିଡିଓ କଲ୍ୟାଣ ସୌରଭ ଦାସ ଜାଣିବା ପରେ ପୂର୍ବ ନିର୍ଦ୍ଧାରିତ ପ୍ରୋଗ୍ରାମ ଅନୁଯାୟୀ ୬ଟି ପଞ୍ଚାୟତ କାର୍ଯ୍ୟାଳୟ ରେ ସଂପୃକ୍ତ ସରପଞ୍ଚ ମାନେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ଜିରାଳ, ମଠକରଗୋଲା, ସୁରପ୍ରତାପପୁର, ବାରୁଆଁ , ମୃଦଙ୍ଗା ଠାରେ ଆଧାର ସଂଶୋଧନ କରିବା ପାଇଁ ଯୋଜନା ହୋଇଛି । ସେହି ଅଞ୍ଚଳର ଲୋକ ମାନେ ଭୁବନ ନ ଆସି ସେଠାରେ ଥିବା ବ୍ୟବସ୍ଥା ର ସୁଯୋଗ ନେବାକୁ ଜଣାଇଛନ୍ତି । ଅପରପକ୍ଷ ରେ ଲୋକ ମାନଙ୍କ ଅସୁବିଧା କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜମୁନାକୋଟ ପଞ୍ଚାୟତ ର ସରପଞ୍ଚ ରଞ୍ଜନ ବାରିକ୍ ।

new life
You might also like
error: Content is protected !!