News
WhatsApp Image 2023-10-04 at 17.25.00
samparksetu

ଏସପି ଅଫିସ କିରାଣୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଏସ୍‌ପି ଅଫିସ ପଛ ପାର୍ଶ୍ଵରେ ଥିବା ପୋଲିସ କଲୋନୀର ଏକ ବନ୍ଦ ଘରୁ ଏସପି ଅଫିସର ଜଣେ କିରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କିରାଣୀ କଣ୍ଟାବଣିଆ ଥାନା ଅମନା ଗାଁର ଆଦିତ୍ୟ କୁମାର ନାୟକ(୩୫) । ସେ ଏସପିଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ।

ଆଜି କାର୍ଯ୍ୟ ଦିବସରେ ସେ ଛୁଟି ନନେଇ ମଧ୍ୟ କାର୍ଯ୍ୟଳୟକୁ ଯାଇନଥିଲେ । ଦିନ ୧୨ଟା ପର୍ଯ୍ୟନ୍ତ ନଯିବା ଏବଂ ଫୋନ ଗ୍ରହଣ କରିବା ଆଦି କାରଣରୁ ସନ୍ଦେହ ହୋଇଥିଲା। ସେ କଲୋନୀରେ ରହୁଥିବା ଘରେ ପହଞ୍ଚି ଦେଖିବାରୁ ଭିତର ପାର୍ଶ୍ଵରୁ କବାଟ ଦିଆଯାଇଥିଲା । ଶେଷରେ କବାଟ ଭାଙ୍ଗି ଦେଖିବାରୁ ସେ ଚଟାଣରେ ପେଟେଇ ପଡି ମୃତ୍ୟୁବରଣ କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଓ ଏସଡିପିଓ ବିଭୂତି ମହାପାତ୍ର ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରିଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଅଭିଯୋଗ ଅନୁସାରେ ପୋଲିସ ଅପମୃତ୍ୟୁ ମାମଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତାଙ୍କ ମୃତ୍ୟୁ ଗତକାଲି ରାତିରେ ହୋଇଯାଇଥିବା ଅନୁମାନ କରାଯାଉଛି । କୌଣସି କାରଣରୁ ହୃଦ୍‌ଘାତ କିମ୍ବା ଫୁଡ୍ ପୋଇଜନିଂ ହୋଇଯାଇଥିବା ଅନୁମାନ କରାଯାଉଥିବା ପୋଲିସ ସୂଚନା ଦେଇଛି ।

new life
You might also like
error: Content is protected !!