News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ରେ ଏବେବି ଗାଁ କୁ ରାସ୍ତା ଦିବାସ୍ବପ୍ନ

ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମରେ ଭୋଟର ପକ୍କା ସଡ଼କ ଦେଖି ପାରିଲେନି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ତାହା କାର୍ଯ୍ୟକାରୀ ନହୋଇ ବାଟମାରଣା ହେଉଛି।

ଅନେକ ଗାଁ ରହିଛି ଯେଉଁଠିକି ଭଲରେ ରାସ୍ତା ଟିଏ ମଧ୍ୟ ଯାଇନାହିଁ।ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସମସ୍ତ ଶୀର୍ଷ ନିର୍ବାଚିତ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ପ୍ରତି ପାଞ୍ଚବର୍ଷରେ ବିଭିନ୍ନ ପ୍ରତିଶୃତି ଦେଇ ବିଚରା ନିରୀହ ଭୋଟରଙ୍କ ଠାରୁ ଭୋଟ ହାତେଇ ନିଅନ୍ତି କିନ୍ତୁ ଜିତିବାପରେ ସେହି ଭୋଟରମାନେ ତାଙ୍କ ପ୍ରତିନିଧିଙ୍କୁ କଥାହେବା ତ ଦୂରର ଦର୍ଶନ ମଧ୍ୟ କରିପାରନ୍ତିନି ଏବଂ ନିର୍ବାଚିତ ପ୍ରତିନିଧି ମାନେ ଦେଇଥିବା ପ୍ରତିଶୃତି ପାଣିର ଗାର ହୋଇଯାଏ ।

ହିନ୍ଦୋଳ ବ୍ଲକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଈଶ୍ବରାପାଳ ଗ୍ରାମର ବାଲିସାହି। ବାଲି ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ଲୋକମାନେ ଚଳପ୍ରଚଳ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯେଉଁ ଚଲା ରାସ୍ତା ଟିଏ ଅଛି ତାହା ବର୍ଷାଦିନରେ ଏମିତି କାଦୁଅ ପଚ ପଚ ହୁଏ ଯେ ସେଇକଥା ନକହିବା ଭଲ। ବର୍ଷାଦିନ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ସେହି ରାସ୍ତାରେ ସ୍କୁଲ୍ କଲେଜ୍ ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରେ ନାହିଁ। ଆଜି ବି ବିକାଶ ଠାରୁ ଅନେକ ଦୂରରେ ଥିବା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନକୁ ସ୍ଥାୟୀ ପକ୍କା ରାସ୍ତା ମଧ୍ୟ ନାହିଁ ଏବଂ ହନ୍ତସନ୍ତ ହେଉଛନ୍ତି ନିରୀହ ଜନତା । ରାସ୍ତା ନଥିବାରୁ ଈଶ୍ୱରlପାଳ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଜନପ୍ରତିନିଧି ପ୍ରଶାସନକୁ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

new life
You might also like
error: Content is protected !!