News
WhatsApp Image 2023-10-04 at 17.25.00
samparksetu

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଗୋଟିଏ ଦିନରେ ସଡ଼କ ଦୁର୍ଘଟଣାରେ ଜଂସ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି ।ମହିଷାପାଟ ବାଇପାସ ଛକରେ ଆଜି ସନ୍ଧ୍ୟା ସାଢେ ୫ଟାରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ । ସେ ଢେଙ୍କାନାଳ ସହର ଆଡକୁ ଆସିବା ପାଇଁ ଛକ ଅତିକ୍ରମ କରୁଥିବା ବେଳେ ଡମ୍ଫରଟି ଧକ୍କାଦେଇ ଫେରାର ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ୩ ତାରିଖ ଦିନ ସମାନ ସ୍ଥାନରେ ମହିଷାପାଟର ସ୍ବାଗତିକା ମହାନ୍ତଙ୍କର ଦୁର୍ଘଟଣା ଘଟିଥିଲା। ଟ୍ରକ ଘୋଷାରି ନେବାରୁ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ପ୍ରାୟ ଦେଢ ଘଣ୍ଟାକାଳ ରାସ୍ତାରୋକ କରିଥିଲେ । ତହସିଲଦାର ପହଞ୍ଚି ୭ ଦିନ ମଧ୍ୟରେ ସିଟ ବ୍ରେକର ଲାଗିବା ସହ ଓଭରବ୍ରିଜ୍ କାମ ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ମାତ୍ର ୧୦ ଦିନ ବିତିଥିଲେ ବି କୌଣସି ପ୍ରଭୃକ୍ଷେପ ନିଆଗଲା ନାହିଁ । ଆଜି ଦୁର୍ଘଟଣା ପରେ ପୁଣି ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଦେଢ ଘଣ୍ଟାକାଳ ରାସ୍ତାରୋକ ଚାଲିଥିଲା। ଉପଜିଲ୍ଲାପାଳ ସପନ କୁମାର ନନ୍ଦ ପହଞ୍ଚି ବୁଝାସୁଝା କରିଥିଲେ । ଓଭରବ୍ରିଜ ହେବା ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ଜଗି ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଅନ୍ୟପଟେ ୫୫ ନମ୍ବର ଜାତୀୟ ରାଜପଥ କଲେଜ ବାଇପାସ ଛକରେ ଆଜି ଆଉ ଜଣଙ୍କର ମୁଣ୍ଡ ଗଡିଛି। ଅପରାହ୍ନ ସାଢେ ୨ଟାରେ ଏକ ଟ୍ରକ ଜଣେ ବାଇକ ଆରୋହିଙ୍କୁ ଚାପିଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ଅନ୍ତବୁଜୁଳା ବାହାରି ପଡି ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଘାଗରା ଅଞ୍ଚଳର ଚକ୍ରଧର ପରିଡା ବୋଲି ଜଣାଯାଇଛି । ସେ ବାଇକରେ କଟକ ପାର୍ଶ୍ଵକୁ ଯାଉଥିବା ବେଳେ ପଛରୁ ଏକ ଟ୍ରକ ଦୃତଗତିରେ ଆସି ତାଙ୍କୁ ଧକ୍କାଦେବା ସହ ଚାପି ଦେଇଥିଲା। ଖବରପାଇ ହାଇୱେ ପେଟ୍ରୋଲିଂ ପୁଲିସ ପହଞ୍ଚିଥିଲା। ୧୦୮ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ଆଣିବା ସହ ବ୍ୟବଚ୍ଛେଦ କରାଯାଇଛି। ଟାଉନ ଥାନା ଓ ଗୋବିନ୍ଦପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଓ ଟ୍ରକକୁ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରକାଶ ଥାଉକି, ୧୦ ଦିନ ତଳେ କଲେଜ ବାଇପାସ, ଆନନ୍ଦନଗର ବାସିନ୍ଦା ରାସ୍ତା ଦୂରାବସ୍ତା ଓ ଦୁର୍ଘଟଣା ପ୍ରବଣତାକୁ ନେଇ ରାସ୍ତାରାକ୍ କରିଥିଲେ ।

new life
You might also like
error: Content is protected !!