News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ବସଷ୍ଟାଣ୍ଡର ଦୂରାବସ୍ଥା

କୋଟି କୋଟି ଟଙ୍କାର ନିର୍ମିତ ଢେଙ୍କାନାଳ ନୂଆ ବସଷ୍ଟାଣ୍ଡ ନିର୍ମାଣର ୬ ମାସ ନ ପୂରୁଣୁ ଭାଙ୍ଗିବା ଆରମ୍ଭ l ଏହା ଦର୍ଶାଉଛି ଯେ ନିର୍ମାଣ କାର୍ଯ୍ୟ କେତେ ନିମ୍ନମାନ ହୋଇଛି l ତାଛଡା ଗତ ସରକାର ସମୟରେ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବର୍ତ୍ତମାନର ବିଜେପି ସରକାର କେତେ ତର୍ଜମା କରୁଛନ୍ତି ଏବଂ କେତେ ଶୀଘ୍ର ଏହାକୁ ମରାମତି କରୁଛନ୍ତି ଦେଖିବାକୁ ରହିଲା । ବସଷ୍ଟାଣ୍ଡ ଭିତରକୁ ଦୁଇଟି ପ୍ରବେଶ ଦ୍ଵାର ରହିଥିବା ବେଳେ କଟକ-ଭୁବନେଶ୍ବର ବସଗୁଡିକ ପାଇଁ ଉଦ୍ଦିଷ୍ଟ ଥିବା ଫାଟକଟି ଭାଙ୍ଗି ଯାଇଥିବାରୁ ବନ୍ଦ ରଖାଯାଇଛି।

ବସଷ୍ଟାଣ୍ଡରୁ ପ୍ରସ୍ଥାନ ଫାଟକ ଦେଇ ସମସ୍ତ ବାସ ଯାତାୟାତ କରୁଛି l ଫଳରେ ଅନୁଗୁଳ ବା ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସ ଗୁଡିକ ଗୋଟିଏ ଫାଟକରେ ପ୍ରବେଶ ଓ ପ୍ରସ୍ଥାନ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଗୋରୁଗାଈଙ୍କ ପାଇଁ ପ୍ରବେଶ ପଥରେ ଯେଉଁ ପାଇପ ଲାଗିଛି ତାହା ନିମ୍ନ ମାନର ହୋଇଥିବାରୁ ଗାଡ଼ି ବା ଯାତ୍ରୀମାନଙ୍କ ଯିବାଆସିବା ବେଳେ ବିପଦ ରହିଛି। ପ୍ରବେଶ ଦ୍ଵାରରେ ପଡ଼ିଥିବା ପାଇପ୍ ଭାଙ୍ଗି ଯାଇଥିବାରୁ ସେଠାରେ ଗୋଟିଏ କାଠ ପକାଇ ଦିଆଯାଇଛି। କାଠଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି, ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରିବା ସଦୃଶ। କେବଳ ଏତିକି ନୁହେଁ ଅନେକ ସ୍ଥାନରୁ କଂକ୍ରିଟ ଉଠିଯାଇଥିବା ଗର୍ତ୍ତ ହୋଇଥିବା ମଧ୍ଯ ଦେଖିବାକୁ ମିଳିଛି। ବସଷ୍ଟାଣ୍ଡ ଭିତରର ଆବର୍ଜନା ସଫା ସଠିକ୍ ଭାବରେ ହେଉନଥିବା ଯୋଗୁଁ ଆବର୍ଜନା ପଡିରହିଥିବା ଦେଖାଯାଇଛି।

ସୂଚନା ଥାଉ କି ,ଚଳିତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ଠିକ୍ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଯେଉଁ ବସଷ୍ଟାଣ୍ଡର ଛମାସରେ ଏହିପରି ଅବସ୍ଥା ହୋଇଛି ଆଗକୁ କ’ଣ ହେବ ଜଣା ପଡ଼ୁଛି। ଏଥିପ୍ରତି ଦୃଷ୍ଟି ଦେଇ ବସଷ୍ଟାଣ୍ଡର ସମସ୍ୟା ତୁରନ୍ତ ଦୂର କରିବାପାଇଁ ସାଧାରଣରେ ଦାବି ହେଉଛି l

new life
You might also like
error: Content is protected !!