News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ କ୍ରୀଡ଼ା ପ୍ରତିଯୋଗିତା

କବାଡ଼ି ଅଣ୍ଡର-୧୭ ପୁରୁଷରେ ଓଡ଼ାପଡ଼ା ବ୍ଲକ ଓ ଅଣ୍ଡର-୧୪ ପୁରୁଷରେ ସଦର ବ୍ଲକ ବିଜୟୀ

ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇନୃସିଂହପୁର ଠାରେ ଗତ ୧୮ ସେପ୍ଟେମ୍ବର ଠାରୁ ଜିଲ୍ଲାସ୍ତରୀୟ ଆନ୍ତଃସ୍କୁଲ ଚାମ୍ପିୟନଶିପ ୨୦୨୪-୨୫ ଆୟୋଜନ ହେଉଛି । ଏହି ଚାମ୍ପିୟନଶିପ ରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଢେଙ୍କାନାଳ ଜିଲ୍ଲାର ୮ ଟି ଯାକ ବ୍ଲକ ଉଭୟ ଖୋ-ଖୋ ଓ କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏହି ଚାମ୍ପିୟନଶିପ ରେ ୧୭-ବର୍ଷରୁ କମ ବାଳକ ବର୍ଗ କବାଡ଼ି ପ୍ରତିଯୋଗିତା ଫାଇନାଲ ରେ ହିନ୍ଦୋଳ ବ୍ଲକକୁ ୬୫-୩୪ ପଏଣ୍ଟ ରେ ଏକତରଫା ଭାବେ ପରାସ୍ତ କରି ସତ୍ୟମ ଶିବମ ସୁନ୍ଦରମ ସରକାରୀ ଉଚ୍ଚ ବିଦ୍ୟାଳୟ, ନାଧରା ର ହନିତ ସ୍ୱାଇଁ ଙ୍କ ନେତୃତ୍ୱରେ ଓଡ଼ାପଡ଼ା ବ୍ଲକ ବିଜୟୀ ହୋଇଛି ।

ସେହିପରି ୧୪-ବର୍ଷରୁ କମ ବାଳକ ବର୍ଗ ଫାଇନାଲରେ କାମାକ୍ଷାନଗର ବ୍ଲକ କୁ ହରାଇ ସଦର ବ୍ଲକ ବିଜୟୀ ହୋଇଛି ।

ଚାମ୍ପିୟନଶିପ ଫଳାଫଳ :-

■ ଖୋ-ଖୋ

ଅଣ୍ଡର-୧୭ ପୁରୁଷ ବର୍ଗରେ ସଦର ବ୍ଲକ କୁ ପରାସ୍ତ କରି ଓଡ଼ାପଡ଼ା ବ୍ଲକ ଓ ମହିଳା ବର୍ଗରେ ଗଁଦିଆ ବ୍ଲକୁ ପରାସ୍ତ କରି କାମାକ୍ଷାନଗର ବ୍ଲକ ବିଜୟୀ ହୋଇଥିବା ବେଳେ ଅଣ୍ଡର-୧୪ ଉଭୟ ପୁରୁଷ ଓ ମହିଳା ବର୍ଗରେ କାମାକ୍ଷାନଗର କୁ ପରାସ୍ତ କରି ଓଡ଼ାପଡ଼ା ବ୍ଲକ ବିଜୟୀ ହୋଇଛି ।

■ କବାଡ଼ି

ଅଣ୍ଡର-୧୭ ପୁରୁଷ ବର୍ଗରେ ହିନ୍ଦୋଳ ବ୍ଲକ କୁ ପରାସ୍ତ କରି ଓଡ଼ାପଡ଼ା ଓ ମହିଳା ବର୍ଗରେ ପରଜଙ୍ଗ ବ୍ଲକ କୁ ହରାଇ କାମାକ୍ଷାନଗର ବ୍ଲକ ବିଜୟୀ ହୋଇଥିବା ବେଳେ ଅଣ୍ଡର-୧୪ ପୁରୁଷ ବର୍ଗରେ କାମାକ୍ଷାନଗର କୁ ହରାଇ ସଦର ବ୍ଲକ ଓ ମହିଳା ବର୍ଗରେ କାମାକ୍ଷାନଗର କୁ ହରାଇ କଙ୍କଡ଼ାହାଡ଼ ବ୍ଲକ ବିଜୟୀ ହୋଇଥିଲେ ।

new life
You might also like
error: Content is protected !!