News
WhatsApp Image 2023-10-04 at 17.25.00
samparksetu

ବାଉଁଶକଣ ରେ ବୋମାମାଡ ଘଟଣାରେ ଜଣେ ଗିରଫ

ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ର ବାଉଁଶକଣ ଠାରେ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ବୋମା ମାଡ଼ ହୋଇଥିଲା। ଜିରିଡାମାଳି ଗ୍ରାମ ର ଗୋପାଳକୃଷ୍ଣ ଦାସ ଙ୍କ ପୁଅ ବଳରାମ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଶନିବାର ସାପ୍ତାହିକ ହାଟ ରେ ସାମଗ୍ରୀ ଯୋଗାଇ କାମାକ୍ଷାନଗର ଫେରୁଥିବା ବେଳେ ବାଉଁଶକଣ ଛକ ରେ ଗାଡ଼ି ଅଟକାଇ ବମ ପକାଇ ମିନି ଟ୍ରକ୍ର କାଚ ଭାଙ୍ଗି ଟଙ୍କା ନେବାକୁ ଚେଷ୍ଠା କରିଥିଲେ।

ତେବେ ଗ୍ରାମବାସୀ ଙ୍କ ପ୍ରତି ଆକ୍ରମଣ ଯୋଗୁ ବିଫଳ ହୋଇଥିଲେ । ଭୁବନ ପୋଲିସ ତାଳଚେର ରୁ ଗିରଫ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ କାମାକ୍ଷାନଗର ବିଚାର ବିଭାଗୀୟ ଅଦାଲତ କୁ ପଠାଇ ଦିଆଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ବିଜନ ସେଠୀ ଙ୍କ ସୂତ୍ର ରୁ ପ୍ରକାଶ । ଗିରଫ ଯୁବକ ଜଣକ ହେଲେ ତାଳଚେର ନିବାସୀ ତରୁଣ ସିଂହ ଙ୍କ ପୁଅ କୁନାଲ ( ୨୩) । ଅନେକ ଘଟଣା ରେ ସେ ଜଡ଼ିତ ଥିବା ଜଣାଯାଇଛି।

new life
You might also like
error: Content is protected !!