News
WhatsApp Image 2023-10-04 at 17.25.00
samparksetu

ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ପାଇଲେ ଢେଙ୍କାନାଳ ପୁଅ

ଓଡିଶାରେ ବହୁଳ ଆଦୃତ ଓଡିଶା ଚଳଚିତ୍ର “ଦମନ” ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ଲାଭ କରିଛି l ନୂଆଦିଲ୍ଲୀ ଠାରେ ଆୟୋଜିତ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ପୁରସ୍କୃତ ଗ୍ରହଣକରିଛନ୍ତି “ଦମନ ” ଚଳଚ୍ଚିତ୍ର ପ୍ରଯୋଜକ ଦିପେନ୍ଦ୍ର ସାମଲ ।

ଉଲ୍ଲେଖଯୋଗ୍ୟ ଯେ ,ପ୍ରଯୋଜକ ଦିପେନ୍ଦ୍ର ସାମଲ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଠୋକର ଗ୍ରାମରେ ।ଦିପେନ୍ଦ୍ରଙ୍କ ଏତାଦୃଶ୍ୟ ଜାତୀୟ ସ୍ତରୀୟ ସଫଳତା ପାଇଁ ସମଗ୍ର ଓଡିଶା ରାଜ୍ୟ ସହ ଢେଙ୍କାନାଳ ଜିଲ୍ଲା ଏବଂ ନିଜ ଜନ୍ମଭୂମି ହିନ୍ଦୋଳ ବାସି ଗୌରବାନ୍ୱିତ ହେବାସହ ସମଗ୍ର ହିନ୍ଦୋଳ ରେ ଖୁସିର ଲହରୀ ଖେଳି ଯାଇଛି । ଓଡ଼ିଶାର କୋଣଅନୁକୋଣ ସହ ସମଗ୍ର ହିନ୍ଦୋଳରୁ ଜନସାଧାରଣ, ବୁଦ୍ଧିଜୀବୀ, ବହୁବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଥିବା ସହ ଦିପେନ୍ଦ୍ର ସାମଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।

new life
You might also like
error: Content is protected !!