News
WhatsApp Image 2023-10-04 at 17.25.00
samparksetu

ରୁଙ୍ଗଟା ମାଇନ୍ସ କର୍ମଚାରୀ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତଗର୍ତ ଝାଡବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲରେ କାର୍ଯ୍ୟରତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ରୁଙ୍ଗଟା ମାଇନ୍ସରେ କାର୍ଯ୍ୟରତ କମର୍ସିଆଲ ବିଭାଗର ଅମିୟ କୁମାର ବେହେରା ଗତକାଲି ବ-ି ସିଫ୍ଟ ଥିବାବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହିତ ତଳେ ପଡିଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ସହକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସରେ ସଙ୍ଗେ ସଙ୍ଗେ ଅନୁଗୋଳ ଜିଲ୍ଲା ସରକାରୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ରୁଙ୍ଗଟା ଅଧିକାରୀମାନେ ପହଂଚି ପରିବାର ଓ ଗ୍ରାମବାସୀଙ୍କ ସହିତ ମୌଖିକ ଆଲୋଚନା କରି କ୍ଷତିପୂରଣ ବାବଦରେ ମୋଟ ୨୦ ଲକ୍ଷ ଦେବାପାଇଁ ସ୍ଥିର କରିଥିଲେ । ତାପରେ ମୃତ ଅମିୟଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲl । ବ୍ୟବଚ୍ଛେଦ ପରେ ପରିବାର ଲୋକ ଝାଡବନ୍ଧ ସ୍ଥିତ କମ୍ପାନୀର ମୂଖ୍ୟ ଫାଟକରେ ପହଂଚି ଧାରଣା ଦେଇଥିଲେ । ଉପସ୍ଥିତ ରୁଙ୍ଗଟା ଅଧିକାରୀ, ହିନ୍ଦୋଳ ତହସିଲ ଦାର ଦିଲିପ ସେଠୀ, ବାଲିମି ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ କୁମାର ବିଶ୍ବାଳ, ଗାଲପଡା ସରପଞ୍ଚ ନର୍ମଦାସେଠୀ, କୁଶୁପଙ୍ଗା ସରପଞ୍ଚ ଆନୀତା ନାୟକ,ଓଡାପଡା ବିଜେଡି ବ୍ଲକ ସଭାପତି ଚିତରଞ୍ଜନ ନାଥଙ୍କ ଉପସ୍ଥିତିରେ ମୃତ କର୍ମଚାରୀଙ୍କ ପରିବାରକୁ ଚେକ୍ ମାଧ୍ୟମରେ ୨୦ ଲକ୍ଷ ଓ ନଗଦ ଏକଲକ୍ଷ ଟଙ୍କା ଦେବାପାଇଁ ଲିଖିତ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଧାରଣାରୁ ହଟିଥିଲେ l

new life
You might also like
error: Content is protected !!