News
lipub
samparksetu

ବିବାହ ଶୋଭାଯାତ୍ରା ରେ ଗଣ୍ଡଗୋଳ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ବୁହାଳୀ ପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିବାହ ଭୋଜି ରେ ବର ଯାତ୍ରୀ ଙ୍କ ଗଣ୍ଡଗୋଳ ଓ ମାଡ଼ ରେ ପନ୍ଦର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ହୋଇ ଥିବାର ଜଣା ଯାଇଛି।

ଖବର ରୁ ଜଣାଯାଏ ଯେ , ଆଜି ଏକ ବରଯାତ୍ରୀ ଦଳ ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମେରାମୁଣ୍ଡଳିରୁ ରାସୋଳ ଥାନା ବୁହାଳିପାଳ ପଂଚାୟତ ରଗଡି ସାହି କୁ ଆସିଥିଲେ l ପ୍ରସେସନ ସାରିବା ଭୋଜି ଖାଇବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ l ବରଯାତ୍ରୀଙ୍କ ମାଡ଼ରେ ଗ୍ରାମର ପୁରୁଷ ମହିଳା ଆହତ ହୋଇଥିବା ବେଳେ ରାସ୍ତାରେ ରଖା ଯାଇଥିବା ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ l ଏଥି ସହ ବରଯାତ୍ରୀ ଦଳ ଏକ ପାଳ ଗଦା ରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ। ଖବର ପାଇ ରାସୋଳ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ସ୍ଥଳରେ ରାସୋଳ ପୋଲିସ ପହଂଚି ଆହତ ମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!