News
WhatsApp Image 2023-10-04 at 17.25.00
samparksetu

୩୬ ଥର ରକ୍ତଦାନ କରି ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ସୁମନ୍ତ

ବୁନ୍ଦାଏ ରକ୍ତ କିପରି ଅନ୍ୟର ଜୀବନ ପାଇଁ ମୁଲ୍ୟବାନ ତାହାକୁ ହୃଦୟଙ୍ଗମ କରିଛନ୍ତି କାମାକ୍ଷାନଗର ଜିରିଡାମାଳିର ସୁମନ୍ତ ଜେନା । ପେସାରେ ଜଣେ ସେଲ୍ସମ୍ୟାନ କିନ୍ତୁ ନିଶା ରକ୍ତଦାନ । ଆଜି ପର୍ଯ୍ୟନ୍ତ ୩୬ ଥର ଦେଇସାରିଲେଣି ରକ୍ତ , କିନ୍ତୁ ଥମୁନି ନିଶା ।  ୨୦୧୨ ରୁ ଆରମ୍ଭ ହୋଇଥିଲା ରକ୍ତଦାନ, କ୍ୟାନସରରେ ଆକ୍ରାନ୍ତ ବାପାଙ୍କୁ ଦେଇଥିଲେ ରକ୍ତ କିନ୍ତୁ କିଛି ଦିନ ଚିକିତ୍ସା ପରେ ବାପା ଆରପାରିକୁ ଚାଲିଗଲେ । ମନରେ ଲାଗିଲା ଶକ୍ତ ଆଘାତ ସେ ଦିନଠୁ ଆଉ ପଛକୁ ଫେରି ନାହାନ୍ତି ସୁମନ୍ତ ବୁନ୍ଦାଏ ରକ୍ତ ଗୋଟେ ଜୀବନ ବଞ୍ଚାଇବା କଥାକୁ ହୃଦୟଙ୍ଗମ କରି ରକ୍ତ ଦେଇ ଚାଲିଛନ୍ତି ଏଥିପାଇଁ ଅନେକ ଜାଗାରେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି । ବାପା ଏବଂ ବଡ ଭାଇ ଆରପାରିକୁ ଗଲାପରେ ମଝିଆ ଭାଇଙ୍କ ପରିବାର ଏବଂ ବୃଦ୍ଧା ମା’ ଙ୍କୁ ନେଇ ତାଙ୍କର ପରିବାର । ମଝିଆ ଭାଇ ବାହାରେ ରହୁଥିବା ବେଳେ ମା’ ଙ୍କ ସାଙ୍ଗରେ ଗ୍ରାମରେ ରୁହନ୍ତି ସୁମନ୍ତ ଆର୍ଥିକ ପରିସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ସର୍ବଦା ସମାଜ ସେବା ରେ ନିଜକୁ ନିୟୋଜିତ ରଖନ୍ତି । ତାଙ୍କଠାରୁ ଅନେକ ଯୁବକ ପ୍ରେରଣା ପାଇ ରକ୍ତ ଦାନ କରୁଛନ୍ତି ।ତାଙ୍କର ରକ୍ତଦାନ ନିଶା କାମାକ୍ଷାନଗର ଉପଖଣ୍ଡରେ ଏକ ସ୍ୱତନ୍ତ୍ର ପରିଚୟ ଶ୍ରୁଷ୍ଟି କରିପାରିଛି ।

new life
You might also like
error: Content is protected !!