News
WhatsApp Image 2023-10-04 at 17.25.00
samparksetu

ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର

ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର ଡ୍ୟାମ୍ ଅନ୍ୟତମ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ ପାଇଁ ଏକ ସୁନ୍ଦର ସ୍ଥାନ । ଏହା ଢେ଼ଙ୍କାନାଳ ସହାର ଠାରୁ ୬୫ କି.ମି ଦୂରରେ #କଙ୍କଡ଼ାହାଡ଼ ବ୍ଳକ୍ ରେ ଅବସ୍ଥିତ ।

ଏହି ଡ୍ୟାମ ୧୯୭୫ ମସିହାରେ ଶୁଭାରମ୍ଭ ହୋଇଥିଲା । ଏବଂ ୨୦୧୬ ରେ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନର ମାନ୍ୟତା ପାଇଛି । ଜଙ୍ଗଲ ପରିବେଶ ମଧ୍ୟରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ ।

ଦଣ୍ଡାଧର ଡ୍ୟାମର ନୀଳ ଜଳରାଶି ଓ ଉଭୟ ପାର୍ଶ୍ଵରେ ଥିବା ସବୁଜ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଦୁଇଟି ପାହାଡ଼ ମଧ୍ୟରେ ଜଙ୍ଗଲ ପରିବେଶ ମଧ୍ୟରେ ରହିଛି ଏହି ପର୍ଯ୍ୟଟନସ୍ଥଳୀ । ଏହାର ଡାହାଣ ପାଖରେ ରଂଜାଗଡ଼ ପାହାଡ଼ ଆଉ ବାମ ପାଖରେ ରହିଛି କଲଦା ଘୁଟିରିଙ୍ଗା ପାହାଡ଼ । କେନ୍ଦୁଝର ଜିଲ୍ଲାର ଗୋନାସିକା ପାହାଡ଼ର ପାଣି ଆଉ ଏକୁଲ ଏକୁଲ ଗ୍ରାମର ପିଛୁଳି ନାଲର ପାଣି ଏଠାରେ ସଂଗୃହିତ ହୋଇଛି ।

ସଗଡ଼ର ଦୁଇଟି ଲମ୍ବ ଦଣ୍ଡ ସଦୃଶ ଦୁଇଟି ଧାରରେ ପାଣି ଆସିଥିବାରୁ ଏହି ଡ୍ୟାମର ନାମ ଦଣ୍ଡାଧର ରଖାଯାଇଛି । ଏଠାରେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବଣ ଭୋଜିର ମଜା ନେଇପାରିବେ । ଏଠାରେ ବୋଟ ଦ୍ୱାରା ଡ୍ୟାମ ରେ ଭ୍ରମଣ ମଧ୍ୟ କରିପାରିବେ । ତେବେ ଢେ଼ଙ୍କାନାଳ ଆସିଲେ ଏହି ସୁନ୍ଦର ସ୍ଥାନକୁ ବୁଲିବାକୁ ଜମାରୁ ବ ଭୁଲନ୍ତୁ ନାହିଁ ।

new life
You might also like
error: Content is protected !!