News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ଅଷ୍ଟଶମ୍ଭୁ ପୀଠ ; ଯେଉଁଠାରେ ପୂଜା ପାଆନ୍ତି ଅଷ୍ଟଶମ୍ଭୁ

ଅଷ୍ଟଶମ୍ଭୁ ପୀଠ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶୈବ ପୀଠ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ଏହି ପ୍ରାଚୀନ ପୀଠ ଅବସ୍ଥିତ

ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ୱର, ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ଓ ଲୋକନାଥେଶ୍ୱର ।

ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ । କନକେଶ୍ୱର ମନ୍ଦିରର ଦ୍ୱାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି । ପୀଠର ପୂର୍ବଦିଗରେ ଏକ ସ୍ୱତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ବିରାଜିତ। ଏହି ଦେବୀ କନକେଶ୍ୱରୀ ବା କନକଦୁର୍ଗା ଭାବେ ପରିଚିତ । ଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।

କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ । ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା । ଓଡ଼ିଶାରେ ଭୌମକରମାନେ ରାଜତ୍ୱ କରୁଥିବା ସମୟରେ ଶୁଳକୀ ମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ୱ କରୁଥିଲେ । ଶୈବଭକ୍ତ ଶୁଳକୀ ମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ।

ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଦ୍ଵାରା ସଂରକ୍ଷିତ ଏହି ସ୍ଥାନଟି ବହୁତ୍ ସୁନ୍ଦର ।

ଢେଙ୍କାନାଳରୁ ୭୨ କିମି, ଅନଗୁଳଠାରୁ ୪୫ କିମି ଓ ତାଳଚେରଠାରୁ ୨୫ କିମି ଦୂରରେ ଅବସ୍ଥିତ ।

new life
You might also like
error: Content is protected !!