News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳର ପିକନିକ୍ ସ୍ପଟ୍ ,ଗଣେଶ ଖୋଲା

ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ଉତ୍ତର ଦିଗ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଅବସ୍ଥିତ ସବୁଜିମା ଗଣେଶ ଖୋଲା । ଯେ କେହି ପର୍ଯଟନ ଏଠାକୁ ବୁଲି ଆସିଲେ ଏତେ ମାତ୍ରାରେ ଆନନ୍ଦ ବିଭୋର ହୋଇ ଯାଆନ୍ତି ଯେ ଫେରି ଯିବାକୁ ମନ ବଳାନ୍ତି ନାହିଁ । ନଦୀ, ପାହାଡ଼ ,ଜଙ୍ଗଲ ,ବନ୍ୟ ପ୍ରାଣୀ, ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ସମସ୍ତଙ୍କୁ ବାନ୍ଧି ଦେଇଥାଏ ଏଠାରେ । ପର୍ଯ୍ୟଟକ ସ୍ଥଳୀ ମାନ୍ୟତା ପାଇବାର ସମସ୍ତ ଗୁଣ ରହିଛି ଏଇ ଗଣେଶ ଖୋଲାରେ ।

ପୈ।ରାଣୀକ , ଐତିହାସିକ କୀର୍ତ୍ତି ବହନ କରୁଥିବା ଏହି ସ୍ଥାନ କିନ୍ତୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇବାରୁ ବଞ୍ଚିତ । ଭୀତିଭୂମି ରହିଥିଲେ ମଧ୍ୟ ଇଚ୍ଛା ଶକ୍ତି ଆନ୍ତରିକତାର ଅଭାବ ଯୋଗୁଁ ଏହି ସ୍ଥାନର ବିକାଶ ହୋଇ ପାରୁ ନାହିଁ । ତେବେ ବି ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି ।

ଇତିହାସ କହେ :-
ଇତିହାସ ଓ ଗବେଷକଙ୍କ କହିବା ଅନୁସାରେ ଗଜପତି ମହାରାଜା ପ୍ରତାପ ରୁଦ୍ର ଦେବ ଦକ୍ଷିଣ୍ୟାତ ବିଜୟ ପରେ କରମୂଳପାଟଣାକୁ ଶାସନ ଭାର ରାଜା ହରି ସିଂ ବିଦ୍ୟାଧରଙ୍କୁ ଦେଇଥିଲେ ।ହରି ସିଂ ବିଦ୍ୟାଧର ଗଣେଶ ଖୋଲା ନିକଟସ୍ଥ ପାଦଦେଶରେ ଐତିହାସିକ ଗିରି ଦୁର୍ଗ ନିର୍ମାଣ କରିଥିଲେ । ସେହି ସମୟରେ ପାହାଡ଼ ଖୋଲରେ ପ୍ରତିଷ୍ଠିତ ହୋଇଥିଲେ ମହାପ୍ରଭୁ ଶ୍ରୀଗଣେଶ ।

କାଳକ୍ରମେ ଏହି ସ୍ଥାନର ନାମ ଗଣେଶ ଖୋଲାରେ ପରିଚିତ ହେଲା । ଗଣେଶ ଖୋଲା ପରିସରରେ ରହିଛି ଗୁରୁ ଶିଷ୍ୟ ପରମ୍ପରା ନିଦର୍ଶନ ଏକ ଆଶ୍ରମ । ଆଶ୍ରମରେ ସୀତାରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହା ମାଧ୍ୟମରେ ରହିଛି ପ୍ରକୃତିର ବରଦାନ ସ୍ୱରୂପ ବଣ ଓ ଝରଣା । ଶୀତ ଋତୁ ଆରମ୍ଭ ହେବା ମାତ୍ରେ ବଣଭୋଜି ପାଇଁ ଏଠାରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଲାଗିଥାଏ । ବର୍ତ୍ତମାନ ଗଣେଶ ଖୋଲା ନିକଟରେ ହାତୀ ପଲ ଡେରା ପକାଉଥିବା ମଧ୍ୟ ଦେଖିବାକୁ ମିଳେ ।

ନିକଟରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ପ୍ରସିଦ୍ଧ ଶୈବପୀଠ ମହାପ୍ରଭୁ ଶ୍ରୀ ଶ୍ରୀ ଦୈlଡେଶ୍ଵର ଦେବଙ୍କ ମନ୍ଦିର । ବିଭିନ୍ନ ପର୍ବ ପର୍ବାଣୀ ସମୟରେ ଏହି ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ତେବେ ଢେଙ୍କାନାଳ ଆସିଲେ ନିଶ୍ଚୟ ବୁଲିଯାଆନ୍ତୁ ଏହି ସୁନ୍ଦର ଜାଗାଟିକୁ ।

new life
You might also like
error: Content is protected !!