News
WhatsApp Image 2023-10-04 at 17.25.00
samparksetu

ଦୁଃଖବନ୍ଧୁ ପରିବାରର ଦୁଃଖ ବୁଝିଲେ ପ୍ରଶାସନ

ଗରିବମାନଙ୍କ ଦୁଃଖ ସରକାରଙ୍କ ବ୍ଳକ ସ୍ତରର ପ୍ରତିନିଧି ଗାଁ ଗାଁ ବୁଲି ବୁଝୁଥିବା ବେଳେ ଭୁବନ ସହର ଉପକଣ୍ଠରେ କୁନିନ୍ଦା ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୪ଜଣ ଅନାଥ ଙ୍କୁ ମିଳିଛି ସହାୟତା ।ଖବର ନେବାରେ ଜଣାଯାଇଛି ଯେ ବ୍ରହ୍ମାନନ୍ଦ କଲୋନୀ ପଡା ଗ୍ରାମଟି ଭୁବନ ସହରର ପଶ୍ଚିମ ରେ ଅବସ୍ଥିତ ।ଏଠାରେ ଭୁବନ ସହରରୁ ଉଠାଇଦିଆଯାଇତରବା ଦୁଇ ଦୁଇଟି ଷ୍ଟୋନ୍ କ୍ରସର ରହିଛି ।ଏହି ଗ୍ରାମରେ ଶବର ଶ୍ରେଣୀ ର ଲୋକ ବସବାସ କରନ୍ତି ।

ସେମାନେ ଆଦିବାସୀ ହୋଇଥିବାରୁ ସେମାନଙ୍କୁ କୌଣସି ପ୍ରମାଣ ପତ୍ର ମିଳୁନଥିବାରୁ କୌଣସି ସହାୟତା ପାଇବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି ।ଏହି ଗ୍ରାମର ସୀତା ପ୍ରଧାନ ଙ୍କ ପୁଅ ଦୁଃଖବନ୍ଧୁ ତିନି ବର୍ଷ ପୂର୍ବେ ନିଜ ସ୍ତ୍ରୀ କାଞ୍ଚନ କୁ ହତ୍ଯା କରିଥିଲା ।ହତ୍ଯା ଅଭିଯୁକ୍ତ ଭାବେ ସେହିଦିନଠାରୁ ଦିନବନ୍ଧୁ ତାଙ୍କ ବଡ ଭାଇ ଗୋଲେଖ ଜେଲରେ ଅଛନ୍ତି ।ତିନି ମାସ ପୂର୍ବରୁ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ ଗୋଲେଖ ଙ୍କ ପୁଅ ଅଗାଧୁ , ପଡିଶା ଘର ବାବୁ ଓ ବଣୁଆ ଦେହୁରୀ ଙ୍କୁ ମଧ୍ଯ ଜେଲ ଯିବାକୁ ପଡିଛି ଫଳରେ ପରିବାର ରୋଜଗାର ଶୁନ୍ୟ ହୋଇପଡିଛି ।ବୃଦ୍ଧା ସୀତା ଦୁଃଖବନ୍ଧୁ ର ତିନିଝିଅ ଓ ଗୋଟିଏ ପୁଅକୁ ପାଳିପୋଶି ରଖିଛି ।ସମ୍ବଳ କହିଲେ ପର ଘରେ ମୁଲ ଲାଗି ଚଳୁଛି ।ସରକାରଙ୍କ ପ୍ରଦତ୍ତ ଭତ୍ତା ଟଙ୍କା ଲକଡାଉନ ପରେ ଏ ପରିବାରର ଦୁଃଖ ବଢିଯାଇଛି ।

ସରକାରଙ୍କ ତିନି ମାସ ର ଭତ୍ତା ୨୦୦୦ ଟଙ୍କା ସୀତାଙ୍କୁ ମିଳିଛି ।ଏହି ପଞ୍ଚାୟତର କୁନିନ୍ଦା ଓ ରେଣନ୍ଦା ପାଟଣା କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ରାସନ ସାମଗ୍ରୀ ଏପର୍ଯ୍ୟନ୍ତ ଲୋକ ମିଳିପାରିନାହିଅଁ ।ଏହାକୁ ନେଇ ସମାଜସେବୀ ବିଡିଓଙ୍କ ଦ୍ବାରସ୍ଥ ହୋଇଥିଲେ ପରେ ବ୍ଳକ ଅଧିକାରୀଙ୍କ ତାଗିଦ୍ ଫଳରେ ଶନିବାର ଦିନ ଦୁଃଖବନ୍ଧୁ ପରିବାର ଓ ସମସ୍ତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ଓ ୧୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି ।

new life
You might also like
error: Content is protected !!