News
WhatsApp Image 2023-10-04 at 17.25.00
samparksetu

ଅଭିଶପ୍ତ ହିନ୍ଦୋଳ ଏନଏସି !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଗଠନ ହେଲା ପର ଠାରୁ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଛି।ଖବରରୁ ପ୍ରକାଶ ଯେ ,ଗତ ଅଗଷ୍ଟ ୨୦୧୨ ମସିହାରେ ଗଠିତ ହିନ୍ଦୋଳ ଏନ ଏସି ରେ ଏହା ମଧ୍ୟରେ ଦୁଇ ଥର ନିର୍ବାଚନ ହୋଇ ସାରିଥିବା ବେଳେ ନଅ ବର୍ଷ ମଧ୍ୟରେ ନଅ ଜଣ ନିର୍ବାହି ଅଧିକାରୀ ବଦଳି ସାରିଲେଣି ଏବଂ ଅଧ୍ୟକ୍ଷା ମାନଙ୍କ ଅପାରଗତା ଓ କର୍ମଚାରୀ ମାନଙ୍କ ସହ ଅସହଯୋଗ ପାଇଁ ଦୁଇ ଦୁଇ ଥର ଅନାସ୍ଥା ହୋଇ ଚାରି ଜଣ ଅଧ୍ୟକ୍ଷା ଦାଇତ୍ୱ ତୁଲାଇ ସାରିଲେଣି।

୨ୟ ନିର୍ବାଚନ ପରେ ସରକାରୀ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ମଧ୍ୟ ତିନି ବର୍ଷ ମଧ୍ୟରେ ଜନସଧାରଣ କୌଣସି ସୁଫଳ ପାଇ ପାରି ନାହାନ୍ତି।

ୱାର୍ଡ ମାନଙ୍କରେ ସମସ୍ତ ଉର୍ଣ୍ଣୟନ କାର୍ଯ୍ୟ ଠପ ହୋଇପଡିଛି।ସହର ବାସିଙ୍କର ପାନୀୟ ଜଳ ସମସ୍ୟା ଦୂର ହୋଇ ପାରି ନାହିଁ।ସ୍ଵାସ୍ଥ୍ୟ, ଶିକ୍ଷା ବିଦ୍ୟୁତ,ପରିମଳ ସମସ୍ତ କ୍ଷେତ୍ରରେ ଲୋକେ ଅବହେଳିତ।

ଡ୍ରେନ ଠିକରେ ସଫା ହେଉନାହିଁ , ସବୁଆଡେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହିଛି।ୱାର୍ଡ ନଂ ୧୨,୧୪,୧୫ ,୧୬ ଅବସ୍ଥା ସ୍ୱଚକ୍ଷୁରେ ନଦେଖିଲେ ବୁଝିହେବ ନସଂହି।ଏହି ୱାର୍ଡ ମାନଙ୍କରେ ଠିକରେ ରାସ୍ତାଟିଏ ବି ନାହିଁ ତାଛଡା ଅନ୍ୟାନ୍ୟ ସମସ୍ୟାତ ପୁରି ରହିଛି।

ଏନଏସି ର ବାସିନ୍ଦା ଏହା ଏବେବି ସହରରେ ପରିଗଣିତ ବୋଲି ବିଶ୍ୱାସ କରୁ ନାହାନ୍ତି।ହିନ୍ଦୋଳ ଡାକ୍ତରଖାନାରେ ଜଣେ ବି ଡାକ୍ତର ନାହାନ୍ତି।କେତେବେଳେ ଅଧ୍ୟକ୍ଷା ଓ ପାରିଷଦ ବିବାଦ ତ କେତେବେଳେ କର୍ମଚାରୀ ଓ ଅଧ୍ୟକ୍ଷା ଙ୍କ ଭିତରେ ବିବାଦ ସମସ୍ୟା ଦୁଇ ଗୁଣ ବଢ଼ାଇ ଦେଉଛି।

ଏସବୁ ଭିତରେ ହିନ୍ଦୋଳ ଏନ ଏ ସି ଦୁର୍ନୀତି ର ଗନ୍ତାଘର ପାଲଟିଛି।ପାରିଷଦ କୁ ଗୋଡ଼ରେ ଆଡେଇ ବିନା ଟେଣ୍ଡରରେ ୯୯ହଜାର ଟଙ୍କିଆ ଫାଇଲ ଖୋଲାଯାଇ ଯନ୍ତ୍ରୀଙ୍କ ଜରିଆରେ କାମ ହେଉଛି।

ବିନା କାମରେ କିମ୍ବା ନିମ୍ନ ମାନର କାମ କରାଯାଇ କୋଟି କୋଟି ଟଙ୍କା ଚଳୁ ହୋଇଯାଉଛି। ଉଦାହରଣ ସ୍ୱରୂପ ସାଂସଦ ପାଣ୍ଠିରେ ଆସିଥିବା ହିନ୍ଦୋଳ ମୁଖ୍ୟ ଖେଳ ପଡିଆ ଉର୍ଣ୍ଣତି ପାଇଁ ଅର୍ଥ(କୋଡିଏ ଲକ୍ଷ ଟଙ୍କା) ବିନା ଟେଣ୍ଡରରେ ଏନ ଏ ସି କନିଷ୍ଠ ଯନ୍ତ୍ରୀଙ୍କ ମାରଫତ କାର୍ଯ୍ୟ ହେଉଥିବା ବେଳେ ଏହା ନିମ୍ନ ମାନର କାର୍ଯ୍ୟ ବୋଲି ଏନ ଏ ସି ଅଧ୍ୟକ୍ଷା ଧରି ପ୍ରମାଣ କରିଥିଲେ ହେଲେ ତାପରେ ସମସ୍ତେ ମିଶି ଏହାକୁ ଚାପି ଦେଇଥିବାର ଅଭିଯୋଗ ହେଉଛି ।

ସେହିପରି ସହରରେ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ପରିସର ଉର୍ଣ୍ଣତି ଓ ଚିଲଡ୍ରେନ ପାର୍କ କାମ ଏନଏ ସି ପଞ୍ଜିକୃତ ଠିକାଦାର ଥିବା ସତ୍ତ୍ୱେ ଦୁଇ ଜଣ ଏନ ଏ ସି କର୍ମଚାରୀ ନିଜେ ଠିକାଦାରୀ କରି କାର୍ଯ୍ୟ କରିଛନ୍ତି।

ସେହିପରି ପାରିଷଦ ମାନଙ୍କୁ ନଜଣାଇ ସମସ୍ତଙ୍କ ଅଗୋଚରରେ ସହର ସୌନ୍ଦର୍ଯ୍ୟକରଣ ଆଳରେ ଯଥା ବୃକ୍ଷ ରୋପଣ, କଲର ପେଣ୍ଟିଂ,ଜଳ ସଂରକ୍ଷଣ ପାଇଁ, ପୋଖରୀ ,ଡ୍ରେନ ସଫା ପାଇଁ ଲକ୍ଷ ଲକ୍ଷ ଟଙ୍କା ବିନା ଟେଣ୍ଡର ରେ ଭାଉଚର କରି ବିଲ କରାଯାଉଛି।

ବିନା ଟେଣ୍ଡରରେ ନିମ୍ନ ମାନର ଫିନାଇଲ,ବ୍ଳଚିଂ ସାନିଟାରୀ ସାମଗ୍ରୀ ଆଣି ମୁନାଫା କରୁଛନ୍ତି।ୱାର୍ଡ ମାନଙ୍କରେ ଦିନେ ବି ଫିନାଇଲ,ବ୍ଲେଚିଂ ପକାଇବାର ଦେଖା ଯାଏ ନାହିଁ।ସେହିପରି ମାସ ମାସ ଧରି ପିଏମଏ ୱାଇ ବିଲ ଜାଣି ଶୁଣି ପକାଇ ରଖିବା ଫଳରେ ବିଚରା ଗରିବ ଲୋକଟି ସୁଧ ଗଣି ଗଣି ଦାଣ୍ଡର ଭିକାରୀ ହୋଇ ଯାଉଛି।

ବିନା ଲଂଚରେ ଆବାସ ଘର ବିଲର ଫାଇଲ ତଳୁ ଉପର ଯାଏ ଘୁଂଚୁ ନାହିଁ। ଏସବୁ ବାଦ ଏନ ଏ ସି ର ନିର୍ବାହି ଅଧିକାରୀ ଙ୍କ ଠାରୁ କର୍ମଚାରୀ ଯାଏ ସମସ୍ତେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅବହେଳା କରିବା ସହ ପାରିଷଦ କାର୍ଯ୍ୟକ୍ଷମ ଥିବା ସତ୍ତ୍ୱେ ପାରିଷଦ ବୈଠକକୁ ନଆସିବା ସହ ପାରିଷଦ ରିଜଲେସନ ବହି କୁ ଗୁପ୍ତ ରଖିବା, ବର୍ଷ ବର୍ଷର ଆୟ ବ୍ୟୟ ନଦେବା ସନ୍ଦେହ ଦୁଇ ଗୁଣ ବଢ଼ାଇ ଦେଇଛି ଓ ଏସବୁ ପଛର ମୁଖ୍ୟ ନାୟିକା ,ନାୟକ କିଏ ବୋଲି ପ୍ରଶ୍ନ ଉଠେ।

ବର୍ତ୍ତମାନ କୋଭିଡ ଆଳ ଦେଖାଇ କର୍ମଚାରୀ ମାନେ ବୈଠକ କରାଇ ନଦେବା ,ଆୟ ବ୍ୟୟ ହିସାବ ନଦେବା,କୋଭିଡ ସମୟରେ ଜନସାଧାରଣଙ୍କୁ ଅନ୍ଧାରରେ ରଖି ଉର୍ଣୟନ କାର୍ଯ୍ୟ ନକରାଇ ଦେବା ଓ ସର୍ବୋପରି ଏଠାରେ ଚାରି ବର୍ଷରୁ ଉର୍ଦ୍ଧ୍ବ ଦୀର୍ଘ ଦିନ ହେବ ରହି ଆସିଥିବା ହିସାବ ରକ୍ଷକ ଓ ଜଣେ ଡିଲିଙ୍ଗ ଆସିଷ୍ଟାଣ୍ଟ ଏସବୁ ବିଶୃଙ୍ଖଳା କାର୍ଯ୍ୟ ଚଳାଇ ଆସୁଥିବାରୁ ପାରିଷଦ ଓ ଜନସଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏସମସ୍ତ ର ଏବଂ ଏଥିରେ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣି ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ କରାଗଲେ ,ସ୍ବତନ୍ତ୍ର ଅଡିତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରା ଗଲେ ହିନ୍ଦୋଳ ଏନ ଏ ସି ର ବହୁ ରହସ୍ୟ, କେଳେଙ୍କାରୀ ଅର୍ଥ ତୋଷାରପାତ ରୁ ପର୍ଦ୍ଧା ହଟିବା ସହ ଜନସଧାରଣ ତଥା ଅଞ୍ଚଳର ଉର୍ଣ୍ଣତି ହୋଇପାରିବ ବୋଲି ଜନସଧାରଣ,ବୁଦ୍ଧିଜୀବୀ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

new life
You might also like
error: Content is protected !!