News
WhatsApp Image 2023-10-04 at 17.25.00
samparksetu

ବାଇକ୍ କୁ ପଛପଟୁ ପିଟିଲା ବୋଲେରୋ ; ଜଣେ ମୃତ, ଦୁଇଜଣ ଗୁରୁତର

ଅଜଣା ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ , ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ବାସନ୍ତି ଗାଗାରାଇ, ବୟସ ୨୯ ଘର କନ୍ତିଚୁଆ ମୃତ୍ଯୁବରଣ କରିଥିବା ବେଳେ ପାଞ୍ଚ ବର୍ଷର ଶିଶୁ କନ୍ୟା ସହିତ ଦୁଇଜଣ ଗୁରୁତର ହୋଇଛନ୍ତି। ସୁକିନ୍ଦା ଥାନା ଅନ୍ତର୍ଗତ କଞ୍ଚିଚୂଆ ଗ୍ରାମର ରତିଆ ଗାଗାରାଇ ନିଜ ସ୍ତ୍ରୀ ବାସନ୍ତି ଗାଗାରାଇ ଓ ପାଞ୍ଚ ବର୍ଷର ଶିଶୁ କନ୍ୟା ଦେବୀ ଗାଗାରାଇ ଓ ଗ୍ରାମର ଜଣେ ଯୁବକ ଗଣେଶ ପୂର୍ତ୍ତୀଙ୍କ ବାଇକ ଯୋଗେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବରପାଳ ଗ୍ରାମକୁ ଶଳା ଭାଉଜର ମୃତ୍ୟୁ ଖବର ପାଇ ସମବେଦନା ଦେବାକୁ ଯାଇ ଫେରୁଥିଲେ ।

ତେବେ ଚାରିଜଣ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ୧୦୮ ଆମ୍ବୁଲାନସ ଘଟଣାବସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ। ତେବେ ମେଡିକାଲରେ ରତିଆ ଗାଗାରାଇଙ୍କ ସ୍ତ୍ରୀ ବାସନ୍ତି ଗାଗାରାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

new life
You might also like
error: Content is protected !!