News
WhatsApp Image 2023-10-04 at 17.25.00
samparksetu

ଶେଷ ହେଲା ଜୀବନ ଯାତ୍ରା , ଦୁର୍ଘଟଣା ରେ ମା ଓ ପୁଅ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର ବସୁଲେଇ ନିକଟରେ ଦୁର୍ଘଟଣା । ଦୁର୍ଘଟଣା ରେ ଜୀବନ ହାରିଲେ ଉଭୟେ ମା ଓ ପୁଅ ।

ସୂଚନା ଅନୁଯାୟୀ ବସୁଲେଇ ଗାଁର କଳାବତୀ ନାୟକ ଓ ତାଙ୍କ ପୁଅ ମୁନା ନାୟକ ବାଇକ ଯୋଗେ ନିଜ ଘରୁ ସରାଙ୍ଗ କୁ ଯାଉଥିବା ବେଳେ ବୋଲେରୋଟି ଧକ୍କା ଦେଇଥିଲା । ତେବେ ଘଟଣା ସ୍ଥଳରେ ହିଁ ଉଭୟ ମାଆ ପୁଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ବୋଲେରୋ ଚାଳକ ଘଟଣା ସ୍ଥଳରରୁ ଫେରାର ଥିବାର ଜଣାଯାଇଛି ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଥିଲା ।

new life
You might also like
error: Content is protected !!