News
WhatsApp Image 2023-10-04 at 17.25.00
samparksetu

ମହିଷାପାଟ ବାଇପାସ୍ ଛକ ପାଲଟିଛି ଦୁର୍ଘଟଣା ପ୍ରବଣ ସ୍ଥାନ !

ଚାଲିଛି ସଡକ ସୁରକ୍ଷା ମାସ ଏକ ସପ୍ତାହ ନୁହେଁ ଚଳିତ ବର୍ଷ ଦୀର୍ଘ ଏକ ମାସ ପାଳନ ହେଉଛି ସଡ଼କ ସୁରକ୍ଷା ମାସ । ଗଡୁଛି ସଚେତନ ରଥ , ହେଲେ କେତେ ସଚେତନ ନିଜେ ଜାତୀୟ ରାଜପଥ କର୍ତ୍ତୃପକ୍ଷ।

ତେବେ ଆଜି ନୁହେଁ ଦୀର୍ଘ ବହୁ ମାସ ହେବ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ମହିଷାପାଟ ବାଇପାସ୍ ଛକ । ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥର ନବୀକରଣ ନିମନ୍ତେ କାମ ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଘଟୁଛି କିଛି ନା କିଛି ଦୁର୍ଘଟଣା ।

ସ୍ଥାନୀୟ ବାସିନ୍ଦା ଏବଂ ସେହି ପଟେ ଯିବାଆସିବା କରୁଥିବା ଯାତ୍ରୀଙ୍କ ସୂଚନା ଅନୁଯାୟୀ ବେପାରୁଆ ରାସ୍ତା କାର୍ଯ୍ୟ ଓ ବିନା ସୂଚନା ଫଳକ ଯୋଗୁଁ ବିଭିନ୍ନ ସମୟରେ ସେମାନେ ଦୁର୍ଘଟଣା ସମ୍ମୁଖୀନ ହେଉଛନ୍ତି । ଯାହାର ଦିଗନ୍ତ ଉଦ୍ଧାରଣ ଦେଖିବାକୁ ମିଳିଛି ଆଜି ଦିନ ପ୍ରାୟ ୧୦ ଘଟିକା ସମୟରେ । ମହିଷାପାଟ ବାଇପାସ୍ ଛକରେ ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ମହିଳା ।

ତେବେ ସେଠାରେ ଟ୍ରାଫିକ ବ୍ୟବସ୍ଥା ଓ ଯାତ୍ରୀଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ ବୋଲି ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି । ବିପଦ ସଂକୁଳ ଅର୍ଧ ନିର୍ମିତ ରାସ୍ତା, କିଛି ବେପାରୁଆ ଗାଡି ଚାଳକ ଏବଂ ସୁପରିଚାଳନା ର ଅଵ୍ୟଵସ୍ଥା ଯୋଗୁଁ ଏଭଳି ଦୁର୍ଘଟଣା ପ୍ରତିଦିନ ଘଟୁଛି ବୋଲି ସେମାନେ କହିଛନ୍ତି ।

new life
You might also like
error: Content is protected !!