ମଦ ପିଇ ଘର ଜାଳିଦେଲା ପୁଅ।ଥାନାରେ ମଦ୍ୟପ ପୁଅ ନାଁରେ ଏତାଲା ଦେଲେ ବାପା।ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଖୋକସା ଗ୍ରାମରେ।ସୂଚନା ଅନୁଯାୟୀ , ଖୋକସା ଗ୍ରାମର ସାରଙ୍ଗଧର ବେହେରାଙ୍କ ପୁଅ ଶତୃଘନ ବେହେରା ମଦ ପିଇ ଘରକୁ ଫେରିବା ସହ ଘରେ ସର୍ବଦା କଳି ଝଗଡା କରିଥାଏ।
ତେବେ ସୋମବର ଦିନ ମଦ ପିଇ ଘରକୁ ଫେରିବା ପରେ ନିଶାଶକ୍ତ ଅବସ୍ଥାରେ ଝଗଡା କରିବା ସହ ନିଜ ଘରକୁ ଜାଳି ଦେଇଛି।ପଡିଶା ଲୋକ ଓ ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ କରିଥିଲେ ।ଅଗ୍ନିକାଣ୍ଡ ଘରର ସମସ୍ତ ଆସବାବପତ୍ର ପୋଡି ଯାଇଯାଇଥିବା ଜଣାପଡିଛି।ତେବେ ଏହାକୁ ନେଇ ବାପା ଥାନାରେ ଏତଲା ଦେବା ପରେ ପୋଲିସ ମଦ୍ୟପ ପୁଅ ଶତୃଘନକୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ପଚରାଉଚୁରା ଜାରି ରଖିଛି।