News
WhatsApp Image 2023-10-04 at 17.25.00
samparksetu

ରିଜିଓନାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ୧ ତାରିଖ ଗୁରୁବାର ଅଧ୍ୟକ୍ଷ ରଣଜିତ୍ ଅମାନ୍ତଙ୍କ ପୌରହିତ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଦିବାକର ପଟନାୟକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ସମାଜସେବୀ ସୁଶାନ୍ତ ପତି , ବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭାକର ଦ୍ୱିବେଦି ଯୋଗଦେଇ ଏଡସ୍ ରୋଗର ଭୟାବହତା ସଂପର୍କରେ ଆଲୋଚନା କରିବା ସହ ଏଡସ୍ ରୋକୁ ଘୃଣା କରନ୍ତୁ ମାତ୍ର ରୋଗୀକୁ ନୁହଁ ବୋଲି ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ କରାଇଥିଲେ । ବି

ଦ୍ୟାଳୟର ପ୍ରାଣିବିଜ୍ଞାନ ବିଭାଗ ଅଧ୍ୟାପକ ଅମିୟ ରଂଜନ ପାତ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ବିଦ୍ୟାଳୟ ପତରଫରୁ ଅନୁଷ୍ଟିତ ବକ୍ତୁତ୍ୱା ଏବଂ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯିବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନିକଟସ୍ଥ ଗ୍ରାମରେ ପଦଯାତ୍ରା ମାଧ୍ୟମରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।

ଏହି ଅବସର ଏଡସ୍ ସଂମ୍ପର୍କିତ କିଛି ସ୍ୱାସ୍ଥ୍ୟ ପତ୍ରିକା ଜନସାଧାରଣଙ୍କୁ ବଣ୍ଟନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଏବଂ ସମସ୍ତ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ସମୟରେ ଶେଷରେ ବିଦ୍ୟାଳୟର ରେଡକ୍ରସ କାଉନସେଲର ବରୁଣ ଚନ୍ଦ୍ର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!