News
WhatsApp Image 2023-10-04 at 17.25.00
samparksetu

ଅଲୋଡ଼ା ବେଦି

ଅଳପ  ଦିନର     ଚାରୁ କଳାକୀର୍ତ୍ତି
        ମଙ୍ଗୁଳା କନିଆ ରାଣୀ !
ଝପଟିବ  ବର      ସୁସଜ୍ଜିତ ଢଙ୍ଗେ
       ଆଦରେ  ହୋଇ ବରଣୀ !!


ବିଧାତା  ଲେଖନ୍ତି    ଭାଗ୍ୟର  ହିସାବ
       ଛାଇ  ଆଲୁଅର  ଖେଳ !
ସମୟ  ଧରିଛି      ଧରମ  ତରାଯୁ
      ମାପିଚୁପି  ଟିକେ ଚଳ  !!


ଦୃଢ  ସମ୍ପର୍କର      ବୁଢିଆଣୀ ସୂତା
         ଅଡୁଆ  ଅଜଣା ଗଣ୍ଠି !
ଅସାଡୁଆ ସୂତା       ଅଲିଭା  ଅଳତା
      ବିଶ୍ୱାସ ର   ହାତଗଣ୍ଠି !!


ଜୀବନ ଆକାଶେ    ଭାଗ୍ୟର ସୁରଜ
        ରାହୁଗ୍ରାସ    ଅବସ୍ଥାରେ !
ଜାମୁଡାଳଘେରାଅଲୋଡ଼ା ବେଦୀରେ
     ଉଆଁସୀ କନ୍ୟା   ହସରେ !!

      ✍️ ସୂର୍ଯ୍ୟ ନାୟକ

new life
You might also like
error: Content is protected !!