News
WhatsApp Image 2023-10-04 at 17.25.00
samparksetu

ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବି

ଢେଙ୍କାନାଳ ଜିଲ୍ଲା ଓଡ଼ିଶା ଅମଲା ସଙ୍ଘ ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବିରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଅ।ରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ବଳିଆରସିଂହଙ୍କ ନେତୃତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ୨୦୧୭ରୁ ସଂଶୋଧନ କରି ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଥିଲେ ନିଯୁକ୍ତି ପାଇବାର ନିର୍ଦ୍ଦେଶ ରହିଥିବା ବେଳେ ସରକାର ବର୍ତ୍ତମାନ ସୁଦ୍ଧା ମାଟ୍ରିକ ହାରରେ ଦରମା ପ୍ରଦାନ କରୁଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ପ୍ରଦାନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସରକାର ଅମଲା ମାନଙ୍କ ପାଇଁ ୨୦୧୭ ମସିହାରୁ ଯୋଗ୍ୟତା ଅନୁସାରେ ଦରମା ପ୍ରଦାନକରୁନଥିବ।ରୁ ଆର୍ଥିକ ଏବଂ ମାନସିକ ସ୍ତରରେ କ୍ଷତି ହେଉଛି ।

ଅମଲା ମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହେବା ସହିତ ପିଲାମାନଙ୍କ ପାଠପଢା,ଔଷଧ ଖର୍ଚ୍ଚ ସ୍ୱଳ୍ପ ବେତନରେ ପୂରଣ କରିବା ଅସମ୍ଭବ ହୋଇପଡୁଛି ।ଅମଲା ମାନଙ୍କର ସମସ୍ୟାକୁ ଦୃଷ୍ଟି ଦେଇ ଆସନ୍ତା ୨୭ ତାରଖି ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି ।

ଦାବି ପୂରଣ ନହେଲେ ୨୭ ତାରିଖ ଦିନ ଭୁବନେଶ୍ୱର ଠାରେ ହେବାକୁ ଥିବା ବିଶାଳ ସମାବେଶରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଗଣେଷ ଚନ୍ଦ୍ର ପୃଷ୍ଟି ଙ୍କ ସହିତ ମାନସ ସାହୁ,କ୍ଷୀରୋଦ ସାହୁ, ଦିଲ୍ଲୀପ ସିଂହ,ଜୟନ୍ତ ନାୟକଙ୍କ ସହିତ ବହୁ କର୍ମଚାରୀ ଉପସ୍ଥିତରହିଥିଲେ ।

new life
You might also like
error: Content is protected !!