News
WhatsApp Image 2023-10-04 at 17.25.00
samparksetu

ଚାଲିଛି ବହି ପଢ଼ା, ଫୁଣି ବନ୍ଦ୍ ଆଖିରେ !

ଆଖିରେ ବନ୍ଧା ହୋଇଛି ପଟି, ହେଲେ ଚାଲିଛି ଲେଖା ପଢ଼ା ଏବଂ ଶୁଙ୍ଘିକି କହୁଛନ୍ତି ରଙ୍ଗ, ଏଭଳି ଚମତ୍କାର ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ବିସ୍ମୟ ଭାଇ ଭଉଣୀ ।

ବିସ୍ମୟ ଭାଇ ଭଉଣୀ ନିବେଦିତା ଓ ରଶ୍ମିରଂଜନ । ଆଖିରେ ପଟି ବାନ୍ଧିଲା ପରେ ବି ସବୁକିଛି ଦେଖିପାରୁଛନ୍ତି । ଲେଖିବା ସହ ପଢୁଛନ୍ତି ବହି,ଆଖିରେ ପଟି ବନ୍ଧା ଯାଇଥିଲେ ମଧ୍ୟ କହି ପାରୁଛନ୍ତିି ।

କଥା ଟା ବିଶ୍ୱାସ ହେଉ ନଥିଲେ ବି ସତ ଅଟେ । ପ୍ରାୟ ଏକ ମାସ ତଳେ ଝିଅ ନିବେଦିତା ଆଖି ବନ୍ଦ ଥିଲେ ବି ସବୁ ଦେଖିପାରୁଥିବା ମା ଙ୍କୁ କହିଥିଲେ । ଆଉ ଏଇ କିଛି ଦିନ ହେଲା ତାଙ୍କ ପୁଅ ରଶ୍ମିରଞ୍ଜନ ବି ସମାନ ଢଙ୍ଗରେ ସବୁ କଛି ଦେଖିପାରୁଛନ୍ତି ।ପ୍ରଥମେ ପ୍ରଥମେ ଏ କଥା କୁ କେହି ବିଶ୍ୱାସ କରୁ ନ ଥିଲେ ପରେ ବିଭିନ୍ନ ସମୟରେ ଖେଳିବା ବାହାନାରେ ସେ ସାଙ୍ଗ ମାନଙ୍କ ସହିତ ନିୟମିତ ଆଖିରେ ପଟିବାନ୍ଧି ବିଭିନ୍ନ ବସ୍ତୁ ସମ୍ପର୍କରେ କହି ପାରୁଥିବା ଦେଖି ମା ପ୍ରମିଳା ବେଜ ଓ ପିତା  ମାନସ ବେଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଉଭୟ ଏବେ  ଭୁବନ ବିନାୟକ ଇଂରାଜୀ ମିଡିୟମ ସ୍କୁଲ ରେ ପାଠ ପଢୁଛନ୍ତି । ନିବେଦିତା ଷ୍ଟାଣ୍ଡାର୍ଡ ୪ ଓ ରଶ୍ମିରଂଜନ ଷ୍ଟାଣ୍ଡାର୍ଡ ୨ ରେ ପଢୁଛନ୍ତି । ନିବେଦିତା ଭଲ ନୃତ୍ୟ ମଧ୍ୟ କରନ୍ତି ,ଜିଲ୍ଲା ସ୍ତରୀୟ ମନୋନିତ ବି ହୋଇଛନ୍ତି।

ଅନ୍ୟ ପିଲାଙ୍କ ଭଳି ସେ ସ୍ୱାଭାବିକ ଆଚରଣ ଉଭୟ ଙ୍କର । ମାତ୍ର ଗତ  ଏକ ମାସ ତଳେ ପ୍ରଥମେ ଝିଅ ବିଷୟ ରେ ମା  ଜାଣିଲେ ସେ ଆଖି ବନ୍ଦ କରି ସବୁ ଜାଣି ପାରୁଛି ଏପରିକି ବହି ମଧ୍ୟ ପଢି ପାରୁଛି । ପ୍ରଥମେ ପ୍ରଥମେ ମା ଏହାକୁ ଥଟ୍ଟା ଭାବେ ନେଉଥିଲେ ପରେ ଦେଖିଲେ ଯେ ଆଖିରେ ପଟି ବାନ୍ଧି ସବୁ ଜାଣି ପାରୁଛନ୍ତି ।

ସବୁଠାରୁ ଆଶ୍ଚର୍ୟ୍ଯ ର କଥା ହେଉଛି ରଶ୍ମିରଞ୍ଜନ ଶୁଙ୍ଘି ତାହା କେଉଁ ରଙ୍ଗର  କହି ଦେଇ ପାରୁଛନ୍ତି । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ଓ ବିରଳ ଏବେ ଏହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ତାକୁ ଦେଖିବା ପାଇଁ ତାଙ୍କ ଘରେ  ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

new life
You might also like
error: Content is protected !!