ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି ।ହାତୀ ଗୁଡକି ଖାଦ୍ୟ ପାଇଁ ଏବଂ ନିଜ ଶରୀର ଦୃଷ୍ଟିରୁ ଦୈନିକ ୫୬ କିଲୋମିଟର ଯାତାୟତ କରୁଥିବାବେଳେ ଦୈନିକ ରେଳ ଲାଇନ ଅତିକ୍ରମ କରିଥାନ୍ତି । ଢେଙ୍କାନାଳ-ଶାଳଗାଁ ସେକସନର ରାଜା ଆଠଗଡ ଏବଂ ଗୋବିନ୍ଦପରୁ ମଝିରେ ରେଳ ଲାଇନ ପାର ହେବା ପାଇଁ ଏକ ହାତୀ ଓଭରପାସ ନିର୍ମାଣ ପାଇଁ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ପରିବେଶ ମଞ୍ଜରୁୀ ପ୍ରଦାନ କରିଥିବାର ଜଣାପଡିଛି । ଢେଙ୍କାନାଳ ବନଖଣ୍ଡରେ ମୋଟ ୧ ହଜାର ୭୩୭ ବର୍ଗ କିଲୋମିତ୍ର ଜଙ୍ଗଲ ସହିତ ୧ ହଜାର ୧୪୧ ବର୍ଗ କିଲୋମିଟର ସଂରକ୍ଷତି ଜଙ୍ଗଲ,୫୯୬ ବର୍ଗ କିଲୋମିଟର କେଏଫ ଜଙ୍ଗଲ ରହିଛି ।
ଢେଙ୍କାନାଳ,ହିନ୍ଦୋଳ,ମହାବିରୋଡ,କାମାକ୍ଷାନଗର ପୂର୍ବ, ପଶ୍ଚମି ସହତି ଭୁବନ,ଷଢଙ୍ଗୀ,କପିଳାସ ଭଳି ୮ଟି ରେଞ୍ଜ ସହିତ ୩୭ଟି ସେକସନ ଏବଂ ୧୦୪ଟି ବିଟ ରହିଛି ।କପିଳାସ ଜଙ୍ଗଲକୁ ଗତ ୨୦୧୧ ମସିହା ଏପ୍ରିଲ ୨ ତାରଖି ରେ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । ପ୍ରାୟ ୧୨୫.୫ ବର୍ଗ କିଲୋମିଟରରେ
ପରିବ୍ୟାପ୍ତ ଅଞ୍ଚଳକୁ ନେଇ ଗଠିତ ହୋଇ କପିଳାସ ଅଭୟାରଣ୍ୟ ।ସମୁଦ୍ର ପତ୍ତନଠାରୁ ପ୍ରାୟ ୧ଶହରୁ ୬ଶହ ଉଚ୍ଚତାରେ ରହିଛି ଏହି ଅଭୟାରଣ୍ୟ ।
ଏହି ଅୟାଣ୍ୟରେ ବହୁ ଜୀବ ଜନ୍ତୁଙ୍କ ସହିତ ହାତୀ , ହରିଣ, ବାଘ, ଝିଙ୍କ,କୁଟୁରା,ସମ୍ବର,ଭାଲୁ,ବଜ୍ର କାପ୍ତା,ଅହିରାଜ,ଅଜଗର ସାପ ବି ରହୁଛନ୍ତି । ଜୀବଜନ୍ତୁରେ ପୂର୍ଣ୍ଣ କପିଳାସକୁ ଇକୋସେନ୍ସେଟିଭ ଜୋନ ଭାବରେ ଘୋଷଣା କରାଯାଇଛି । ଗତ ୨୦୧୪ ମସିହା ଏପ୍ରିଲ ୪ ତାରିଖରେ ଭାରତର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ଏହାର ପରିସରକୁ ୩୯୩.୮୭ ବର୍ଗ କିଲୋମିଟରକୁ ବୃଦ୍ଧି କରିଛନ୍ତି ।
ଏହିଜୋନ ୫ଶହ ମିଟରରୁ ୧୩.୧୫ କିଲୋମିଟର ପର୍ଯ୍ୟନ୍ତ ବଳବତ୍ତର ରହିବ । ଓଡିଶା ସରକାରଙ୍କ ତରଫରୁ ୨୦୧୬ ମସିହାରେ ଏହାକୁ ଟୁରିଷ୍ଟ ହବ ଭାବରେ ଘୋଷଣା କରାଯାଇଛି । ଏହି ଅଭୟାରଣ୍ୟରେ ୨ଶହରୁ ଅଧିକ ହାତୀ ବସବାସ କରୁଛନ୍ତି । ହାତୀମାନେ ଦୈନିକ ଖାଦ୍ୟ ପାଇଁ ୧୬ରୁ ୧୮ଘଣ୍ଟା ଚାଲିବା ସହିତ ଖାଦ୍ୟ ସଂଗ୍ରହ କରିଥାନ୍ତି ।ହାତୀ ମାନେ ଦୈନିକ ଦେଢ କ୍ୱିଣ୍ଟାଲରୁ ୧୬୯ କେଜି ଖାଦ୍ୟ ଭାବରେ ଗଛର ଫଳ,ପତ୍ର, ଛେଲି , ମୂଳ ଖାଇଥାନ୍ତି ।ଏହି ପାଣି ପାଇଁଦେନୌ କି ଜଳାଶୟ ନିକଟକୁ ଯାଇ ଏକାଥରକେ ୫୦ ଲିଟର ପାଣି ପିଇବା ସହିତ ୧୦ଲିଟର ପରିଶ୍ରା କରିଥାନ୍ତି ।
ହାତୀମାନେ କପିଳାସ ଅଭୟାରଣ୍ୟରେ ସୁରକ୍ଷିତ ଭାବରେ ରହିଥିବା ବେଳେ ୪ କିଲୋମିଟର ଦୂରରୁ ଅନ୍ୟହାତୀର କଥା ଜାଣିବା ସହିତ ୧୦ କିମି ଦୂରରୁ ଶ୍ରବଣ କରିପାରନ୍ତି । ମାଈ ହାତୀ ୧୪ ବର୍ଷ ବୟସରେ ଗର୍ଭଧାରଣ କରିବାପାଇଁ ସକ୍ଷମ ହେଉଥିବା ବେଳେ
ସର୍ବାଧିକ ୨୨ ମାସ ଗର୍ଭଧାରଣ କରି ଶାବକ ଜନ୍ମ ଦିଅନ୍ତି ।
ଦୂରରୁ ସର୍ବାଧିକ ୨୫ଫୁଟରୁ ସେମାନେ ଦେଖିପାରନ୍ତି ।ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଢେଙ୍କାନାଳ ବନଖଣ୍ଡରେ ହାତୀମାନଙ୍କ ପାଇଁ ରେଳ ଧାରଣା ପାର ହୋଇ ଯାତାୟତ କରିବା ସମସ୍ୟା ହେଉଛି ।
ଏହାକୁ ଦୃଷ୍ଟିରେରଖି ବନବିଭାଗ ତରଫରୁ ଏକ ହାତୀ ଓଭରପାସ ବା ଓଭରବ୍ରିଜ ନିର୍ମାଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହି ଓଭରପାସ ଯୋରନ୍ଦା ରୋଡଏବଂ ରାଜଆଠଗଡ ମଧ୍ୟରେ ହେବ ବୋଲି ଜଣାପଡିଛି । ଏହି ଓଭରପାସ ୧ଶହ ମିଟର ଓସାର ହେବା ସହିତ କପିଳାସ ଅଭୟାରଣ୍ୟର ଦୁଇ ପାର୍ଶ୍ଵକୁ ସଂଯୋଗ କରିବା ସହିତ ହାତୀ ମାନଙ୍କ ଚଳପ୍ରଚଳ ପାଇଁ ସହଜ ହେବ । ଏହି ଓଭରପାସ ପାଇଁ ଗତ ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ଜାତୀୟ ବଣ୍ୟପ୍ରାଣୀ ବୋର୍ଡର ବୈଠକ ହୋଇ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଭରପାସ ପାଇଁ ସର୍ଭେ କାର୍ଯ୍ୟ ବି ଶେଷ ହୋଇଛି । ଫଳରେ ହାତୀମାନଙ୍କ ପାଇଁ ଖୁବ ଶିଘ୍ର ଓଭରପାସ
ନିର୍ମାଣ ସହିତ ହାତୀଙ୍କ ସୁରକ୍ଷା ବୃଦ୍ଧିପାଇବ ବୋଲି ବନବିଭାଗ ତରଫରୁ ପ୍ରକାଶ ।