News
WhatsApp Image 2023-10-04 at 17.25.00
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇଛନ୍ତି ଅଯୋଗ୍ୟ ହିତାଧୀକାରୀ!

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ବିଳାସ ସାହୁ ପିତା ବଂଶୀଧର ସାହୁଙ୍କୁ ୨୦୧୯-୨୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ମଞ୍ଜୁର କ୍ରମାଙ୍କ ସଂଖ୍ୟା OR07004/4/2349) ଅନୁଯାୟୀ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ବଂଶୀଧରଙ୍କ ସାତ ଝିଅ ମଧ୍ୟରୁ ବିଳାସ ଜଣେ, ପର ଘରେ କାମ କରି ପେଟ ପୋଷୁଛନ୍ତି। ସରକାରୀ ସହାୟତା ଭାବରେ ଭତ୍ତା ପାଉଛନ୍ତି। ବିଳାସଙ୍କ ଦୁର୍ବଳତାର ଫାଇଦା ଉଠାଇଛନ୍ତି ଜୈନିକ ବ୍ୟବସାୟୀ ଓ ପଞ୍ଚାୟତ ଅଧିକାରୀ।

ବିଳାସଙ୍କୁ ପ୍ରଲୋଭନ ଦେଖାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରକୁ ଉକ୍ତ ବ୍ୟବସାୟୀ ତୁମଁସିଙ୍ଗା ଗାଁ ର ପାଣିଟଙ୍କି ନିକଟରେ ଥିବା ନିଜ ଜାଗାରେ ଦୋକାନ ଘର ନିର୍ମାଣ କରିଛନ୍ତି। ନିୟମ ଅନୁଯାୟୀ ଆବାସ ଯୋଜନାରେ ମିଳିଥିବା ଘର ହିତାଧିକାରୀଙ୍କ ନିଜ ଜାଗାରେ ହେବା କଥା। ଏହି ଘରଟି ଅନ୍ୟ ଜଣଙ୍କ ଜାଗାରେ ହୋଇଥିବା ବେଳେ ଘରର ବିଲ୍ ପାରିତ ହେଲା କିପରି?

ଏ କଥା ଲୋକଲୋଚନକୁ ଆସିବା ପରେ ପଞ୍ଚାୟତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହିପରି ଜଣେ ଜଣେ ଲୋକ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ଜଣାପଡିଛି।

ଏହି ପଞ୍ଚାୟତରେ ଲୋକ ଘର ନଥିବାରୁ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜି ରହୁଥିବା ବେଳେ ଘରର ଆବଶ୍ୟକତା ନଥିବା ଲୋକଙ୍କୁ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଉଛି। ପୂର୍ବରୁ ଛାତଘର ଥିବା ଲୋକଙ୍କୁ ଘର ଦିଆ ମଧ୍ୟ ଯାଇଛି। ନିୟମ ଅନୁଯାୟୀ ଯେଉଁ ପରିବାରର ଜଣେ ସନ୍ତାନ ଥିବେ ତାଙ୍କ ପରିବାରକୁ ଗୋଟିଏ ଘର ଦିଆଯିବା କଥା କିନ୍ତୁ ଏ ନିୟମକୁ ବି ଅଣଦେଖା କରାଯାଇଛି। ଗୋଟିଏ ପରିବାରରେ ମାଆ ନାଁ ରେ ଘର ହୋଇଥିବା ବେଳେ ଏକମାତ୍ର ପୁଅକୁ ବି ଘର ଦିଆଯାଇଛି।

ଏପରି କାମରେ ସହାୟତା ଯୋଗାଇ ଦେଇଛନ୍ତି ପଞ୍ଚାୟତର ନିର୍ବାହୀ ଅଧିକାରୀ। ତଦନ୍ତ କରାଗଲେ ଏ ସବୁ ଦୁର୍ନୀତି ଲୋକଲୋଚନକୁ ଆସି ପାରନ୍ତା।

new life
You might also like
error: Content is protected !!