News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ସ୍କୁଟି ଆରୋହୀ ଗୁରୁତର

ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ୫୩ ନଂ ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟାରେ ଏକ ସ୍କଟି ଦୁର୍ଘଟଣାରେ ଜଣେ ଆରୋହୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଳୟ ରେ ଭର୍ତି ହୋଇଥିବାର ଜଣାଯାଇଛି l

ଗୁରୁତର ହେଲେ ଅନୁଗୁଳ ଜିଲ୍ଲା କୁଲାଡ ଅଞ୍ଚଳର ସୋମ୍ୟରଞ୍ଜନ ବାରିକ l ସୋମ୍ୟରଞ୍ଜନ ଅନୁଗୋଳରୁ ବରୀ ନିଜ ସ୍କଟିରେ ଯାଉଥିବା ବେଳେ ବଡ଼ଝରା ନୁଆସାହି ଛକ ଠାରେ ଦୁର୍ଘଟଣା ଘଟିଥିଲା l ଫଳରେ ସୋମ୍ୟରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ତାଙ୍କୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା l ସେଠାରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l

new life
You might also like
error: Content is protected !!