News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୫ମ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ବା ଇଣ୍ଡୋର ହଲରେ ଆଜି ଆୟୋଜିତ ଉଦଘାଟନୀ ଇତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିଭା ଶୁଭ୍ରମଣି ଏହାର ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ବତନ୍ତ ଅତିଥି ଭାବେ ଯୋଗଦେଇ ବ୍ୟାଡମିଟନ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ର ସଭାପତି ମଳୟ ପଟ୍ଟନାୟକ ଓ ସମ୍ପାଦକ ଟଂକାଧାର ବେହେରା ,ଅମିତ ଶତପଥି ପ୍ରମୁଖ କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଆଜି ଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ।

ଏହି ଟୁର୍ଣ୍ଣାମେଂଟରେ ଢେଙ୍କାନାଳ ଜିଲ୍ଲାର ଉଇମେନ୍ସ ସିଙ୍ଗଲସ, ୧୯ବର୍ଷରୁ କମ ବାଳକ ଉଭୟ ସିଙ୍ଗଲସ ଓ ଡ଼ବଲସ, ମେନ ଉଭୟ ସିଙ୍ଗଲସ ଓ ଡ଼ବଲସ ଓ ୩୫ବର୍ଷରୁ ଉର୍ଧ୍ବ ଭେଟରନ ଡ଼ବଲସ ଏପରି ୬ଟି ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।

ଢେଙ୍କାନାଳ ଜିଲ୍ଲାର ଲୁକାୟିତ ବ୍ୟାଡମିଟନ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ଜିଲ୍ଲାର ବ୍ୟାଡମିଟନ ଖେଳାଳି ମାନଙ୍କୁ ଜାତୀୟ ଓ ଅନ୍ତଃଜାତୀୟ ସ୍ତରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଦିଗରେ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଏପରି ଟୁର୍ଣ୍ଣାମେଣ୍ଟ ମାଁ ଆୟୋଜିତ କରି ପ୍ରୟାସ ଜାରି ରଖିଛି । ଏଥିପାଇଁ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ପକ୍ଷରୁ ବିଗତ ୪ବର୍ଷ ଧରି ଢେଙ୍କାନାଳରେ ଜିଲ୍ଲା ଓ ଆନ୍ତଃଜିଲ୍ଲା ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଆସୁଛି।

ଟୁର୍ଣ୍ଣାମେଣ୍ଟ ଅବସରରେ ଅଂଶ ଗ୍ରହଣ କରୁଥିବା ଉଭୟ ଖେଳାଳି ଓ ଆୟୋଜକ ମାନେ କୋଭିଡ କଟକଣା କୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି । ପରପକ୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ଟୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଥିବା ଖେଳାଳି ମାନେ ଆୟୋଜକଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଥିବା ସହ ବେଶ ଉତ୍ସାହିତ ହୋଇପଡିଛନ୍ତି ବୋଲି ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ,
ଢେଙ୍କାନାଳର ସାଧାରଣ ସମ୍ପାଦକ ଟଙ୍କଧର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

new life
You might also like
error: Content is protected !!