News
WhatsApp Image 2023-10-04 at 17.25.00
samparksetu

ବୁଦ୍ଧେଶ୍ବର ବାଲି ଯାତ୍ରା ରେ କୁଢ଼ କୁଢ଼ ଅଳିଆ !

ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଦୁଇଦିନ ଧରି ଚାଲିଥିବା ବାଲିଯାତ୍ରାରେ ଅଭାବନୀୟ ଦୃଶ୍ଯ । ସମଗ୍ର ଦେଶରେ ସ୍ୱଚ୍ଛ ସୁନ୍ଦର ପରିବେଶ ପାଇଁ ସରକାର ସଚେତନତା ଅଭିଯାନ ଚଲାଇଥିବା ବେଳେ ଭୁବନର ଏହି ପ୍ରସିଦ୍ଧ ଯାତ୍ରାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହାକୁ ନେଇ ଯାତ୍ରା ବୁଲିବାକୁ ଆସୁଥିବା ଆଗନ୍ତୁକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି ।

ତେବେ ଭୁବନର ଆରାଧ୍ଯ ଦେବ ବାବା ବୁଦ୍ଧେଶ୍ବରଙ୍କ ପୀଠ ବା ମନ୍ଦିର ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରାପ୍ତ ପାଇବା ପରେ ମନ୍ଦିରର ଉନ୍ନତି ସାଧିତ ହେବା ଅପେକ୍ଷା ଏଠାରେ ସର୍ବଦା ଆକ୍ଷେପ ପ୍ରତ୍ୟାକ୍ଷେପ ଲାଗି ରହୁଛି । ଯାହାର ପ୍ରଭାବ ମନ୍ଦିର ଉନ୍ନତିରେ ବାଧାପ୍ରାପ୍ତ ହେଉଛି ।

ଅନେକ ସମସ୍ୟା ଭିତରେ ଏବେ ବାବାଙ୍କ ପୀଠସ୍ଥଳୀ ।ତେବେ ମନ୍ଦିର , ପରିବେଶ ସର୍ବୋପରି ମନ୍ଦିରର ବାର୍ଷିକ କାର୍ଯ୍ୟକ୍ରମରେ ଏଭଳି ଅପରିଷ୍କାର ପରିବେଶ ସୃଷ୍ଟି ହେବା ପଛରେ ଦାୟୀ କିଏ ? ମନ୍ଦିର ଏକ ଦେବସ୍ଥଳ, ଏଠାରେ ବାସି ଅଇଁଠା ଖଲିଚଉପତି ପଡି ରହିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି ।

new life
You might also like
error: Content is protected !!