ବୃକ୍ଷ ହିଁ ଜୀବନ ,ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ଧ୍ୱଂସ ଯୋଗୁଁ ହେଉଥିବା ପରିବେଶ ଅସନ୍ତୁଳନର ଭୟବହତା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଜରୁରୀ ସମସ୍ତେ ଅନୁଭବ କରିଲେଣି।ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆପଣେଇବା ସ୍ୱରୁପ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ଅପରାହ୍ନରେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଜାଇଛି ।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମୀର ଜେନାମଣି ଙ୍କ ଆହ୍ବାନରେ ଅଭିଭାବକ ଅଭିଭାବିକା ସମେତ ବିଦ୍ୟାଳୟ ର ସମସ୍ତ ଶିଛୟିତ୍ରୀ ବିଦ୍ୟାଳୟ ପରିସର ରେ ଆମ୍ବ ଜାମ୍ମୁ ପିଜୁଳି ଗମ୍ଭାରୀ ଅଁଳା ପ୍ରଭୃତି ଗଛ ଲଗାଇଥିଲେ । ପରିଶେଷ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚଞ୍ଚଳା ଗଡନାୟକ “ଗଛ ଟିଏ ଜୀବନ ଟିଏ ” ବୋଲି ବୁଝାଇବା ସହ ପରିବେଶ ସୁରକ୍ଷା ଦିଗରେ ବୃକ୍ଷ ର ଭୂମିକା ବିଷୟରେ ବୁଝାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ପରିସର ରେ ଅତିକମରେ ଗୋଟିଏ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ ।ଏଥି ସହିତ ଚାରିଆଡେ ବୃକ୍ଷ ରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା ସହ ଗୋଟିଏ ସୁସ୍ଥ ସନ୍ତୁଳିତ ପରିବେଶ ସୃଷ୍ଟି ର ଆହ୍ୱାନ ଦେବା ସହ ସମସ୍ତେ ଶପଥ ନେଇଥିଲେ।