News
WhatsApp Image 2023-10-04 at 17.25.00
samparksetu

ଖଜୁରିଆକଟା ବଜାରରୁ ନବବଧୂ ନିଖୋଜ ,୮ଦିନ ପୁରିଲା ପୋଲିସ ହାତ ଖାଲି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ବଜାରରୁ ଜୈନିକ ନବବଧୂ ସାତ ଦିନ ହେବ ନିଖୋଜ ହୋଇଥିଲେ ମଧ୍ୟ ନବ ବଧୂର ସୁରାକ ନମିଳିବା ଏବେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

ଘଟଣାରୁ ପ୍ରକାଶ ,ରାସୋଳ ଥାନା ଅନ୍ତର୍ଗତ କାଠଖୁମ୍ପ ଗ୍ରାମର ପ୍ରତାପ ଦେହୁରୀ ଙ୍କ ଝିଅ ପତିଭା ଗତ ୮ /୭ /୨୦୨୨ ରିଖରେ ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ବଜାର ରେ କୁଳମଣି ସାହୁଙ୍କ ପୁଅ ଜ୍ଞାନରଞ୍ଜନ ସାହୁଙ୍କୁ ବିବାହ କରିଥିଲେ କିଛିଦିନ ପରେ ଝିଅ ବାପଘରକୁ ଯାଇ ଗତ ୬/୯/୨୨ ରିଖରେ ଶାଶୁଘର ଖଜୁରିଆକଟାକୁ ଆସିଥିଲା ।

୧୫ /୯ତାରିଖ ରାତିରେ ପ୍ରତିଭା ତାଙ୍କ ଘରୁ କୁଆଡେ ଚାଲିଯାଇଛି ଏନେଇ ଝିଅ ଘରକୁ ୧୬ ତାରିଖ ସକାଳ ୪ସମୟରେ ଶାଶୁ ଘର ପକ୍ଷରୁ ଫୋନ ଯୋଗେ ପ୍ରତିଭା ର ପରିବାରକୁ ଜଣାଯାଇଥିଲେ। ଖବର ପାଇ ଝିଅଘର ପକ୍ଷରୁ ଖଜୁରିଆକଟା ଯାଇ ସବୁ ବୁଝିଥିବା ବେଳେ ଝିଅକୁ କେହି ମାରିଦେଇଛି କହି ନିକଟସ୍ଥ ବାଲିମି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ,ହେଲେ ଘଟଣା ଘଟିବାର ୮ଦିନ ବିତି ଯାଇଥିଲେ ମଧ୍ୟ ନବବଧୂର କୌଣସି ସନ୍ଧାନ ବାଲିମି ପୋଲିସ ପାଇପାରିନଥିବା ଦେଖିବାକୁ ମିଳିଛି।

ଏନେଇ ଝିଅଘର ପକ୍ଷରୁ ବାରମ୍ବାର ବାଲିମି ପୋଲିସ ସହିତ ଯୋଗାଯୋଗ କରାଯାଉଥିଲେ ମଧ୍ୟ ଝିଅ ବିଷୟରେ କୌଣସି ସଠିକ ତଥ୍ୟ ପାଇପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି, ଏ ସମ୍ପର୍କ ରେ ବାଲିମି ଥାନା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ତଦନ୍ତ ଚାଲିଛି ଏ ଯାଏ ନବାବଧୂର କୌଣସି ସନ୍ଧାନ ଆମେ ପାଇପାରିନାହୁଁ

new life
You might also like
error: Content is protected !!