News
WhatsApp Image 2023-10-04 at 17.25.00
samparksetu

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ ଗିରଫ

ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ମୁଖ୍ୟ ଆସାମୀ କୁ ଧରିଲା କ୍ରାଇମ୍ ବ୍ରାଞ୍ଚ । ୨ଦିନ ଧରି କ୍ରାଇମ୍ ବ୍ରାଞ୍ଚ ପକ୍ଷ ରୁ ବିଭନ୍ନ ସ୍ଥାନ ରେ ଚଢାଉ କରାଯାଇଥିଲା ।

ପ୍ରକାଶ ଥାଉକି ,ଯାଜପୁର ଜିଲ୍ଲା ର ଜନୈକା ଯୁବତୀ ଭୁବନ ରେ ଏକ ମେସ ରେ ରହି ପାଠ ପଢୁଥିଲେ । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବାଇକ୍ ରେ ଅକ୍ଟୋବର ୨୧ ତାରିଖ ଦିନ ଗାଁ କୁ ଯାଉଥିବା ସମୟରେ ବାରୁଆଁ କାଜୁ ଜଙ୍ଗଲରେ ୪ ଜଣ ଯୁବକ ସେମାନଙ୍କୁ ଅଟକାଇ ପୁରୁଷ ବନ୍ଧୁ ଙ୍କୁ ମାଡ଼ ମାରି ତାଙ୍କ ଫୋନ୍ ପେ ଜରିଆରେ ୧୦ ହଜାର ଟଙ୍କା ନେଇଥିବା ସହ ଯୁବତୀ ଙ୍କୁ ଗଣ ଧର୍ଷଣ କରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଭୁବନ ପୋଲିସ ମାମଲା ରୁଜୁ କରି ତଦନ୍ତ କରି ବିକ୍ରମ ଜେନା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଅନ୍ୟ ୩ ଜଣ ଫେରାର ହୋଇ ଯାଇଥିଲେ ।

ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ନେଇଥିଲା । ଗତକାଲି ଭୁବନେଶ୍ୱର କ୍ରାଇମ୍ ବ୍ରାଞ୍ଚ ର ୫ ଜଣିଆ ଟିମ୍ ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହ ପ୍ରସାଦ ଅଞ୍ଚଳର ପଙ୍କଜ ସାହୁ ଙ୍କ ପୁଅ ପଦିଆ ଓରଫ ପ୍ରଦୀପ କୁମାର ସାହୁ (୩୧) ଙ୍କୁ ଅନୁଗୁଳ ଜିଲ୍ଲାର ଏକ ମଠରୁ ଏବଂ ମଙ୍ଗଳ ଦେହୁରୀ (୧୬) ଙ୍କୁ ଯାଜପୁର ଜିଲ୍ଲା ପାଣି କୋଇଲି ଅଞ୍ଚଳରୁ ଗିରଫ କରିଥିଲା । ଉଭୟ ଙ୍କୁ ଡାକ୍ତରୀ ମଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି।

new life
You might also like
error: Content is protected !!