News
WhatsApp Image 2023-10-04 at 17.25.00
samparksetu

ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଦାବି

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତର ନାଲମହନ ମହାରଣା ଙ୍କ ପୁଅ ବାବୁଲି ମହାରଣା ଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ। ବାବୁଲି ଥିଲେ ଜଣେ ଦିନ ମଜୁରିଆ,ଦିନ ମଜୁରିଆ କାମ କରି ନିଜର ପରିବାର ପୋଷୁଥିଲେ ।

ଗାଁ ରେ କାମ ନ ମିଳିବାରୁ ନିଜ ଗାଁ ଠାରୁ କାମାକ୍ଷାନଗର ପ୍ରାୟତ ୨୫ କିଲୋମିଟର ଦୂରରେ ଯାଇ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ପ୍ରତେକ ଦିନ ଏମିତି କାର୍ଯ୍ୟ କରିବାକୁ ବାହାରି ପଡ଼ନ୍ତି ବାବୁଲି ମହାରଣା। ଏମିତି ଦିନେ କାମ କରିବା ସମୟରେ , ଅସାବଧନତା ହେତୁ ପଡ଼ିଯିବା ପରେ ଡାହାଣ ପାଖର ଗୋଡ଼ ଟି ଅଚଳ ହେବାକୁ ଲାଗିଲା।

ଦିନ ମଜୁରିଆ ହୋଇଥିବାରୁ ମେଡିକାଲ ଯିବା ତାଙ୍କ ପକ୍ଷେ ଅସମର୍ଥ ହୋଇପଡିଥିଲା। ଯାହା ରୋଜଗାର କରି ଆଣନ୍ତି ସେତିକିରେ ନିଜର ସ୍ତ୍ରୀ ଏବଂ ବାପା ମା ଙ୍କ ପେଟକୁ ଦାନା ଦିଅନ୍ତି। ଏମିତି ଦାରୁଣ ଦୁଃଖ ରେ ପରିବାରକୁ ନିଜେ ପୋଷନ୍ତି ।

ଦୀର୍ଘ ୩ ବର୍ଷ ହେବ ନିଜ ସ୍ତ୍ରୀ ,ତିନି ପୁଅ, ଏବଂ ବାପା ମା ବାବୁଲି ଙ୍କୁ ଛାଡି ଆରପାରିକୁ ଚାଲିଯିବା ପରେ ଏବେ ବେସାହାରା ହୋଇଯାଇଛନ୍ତି ବାବୁଲି ମହାରଣା। ପଇସା ଅଭାବରୁ ଉତ୍ତମ ସ୍ବାସ୍ଥ୍ୟ ସେବା ରୁ ବଂଚିତ ଏବେ ବାବୁଲି ମହାରଣା। ବିକଳାଙ୍ଗ ଭତ୍ତା ପାଇଁ ଦୁଇ ଦୁଇ ଥର ଅନଲାଇନ କରିଥିଲେ ମଧ୍ୟ,କୌଣସି ପ୍ରକାର ସୁବିଧା ହେଇପାରି ନାହିଁ। ସୁବିଧା କହିଲେ କେବଳ ଚାଉଳ ୫ କେଜି। ବାବୁଲି ମହାରଣା ଏବେ ଜରି ପାଲ ଟଣା ,ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରୁଛନ୍ତି।

ତେବେ ବାବୁଲି ମହାରଣା ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ଅନ୍ତୋଦୟ ଯୋଜନା , ବିକଳାଙ୍ଗ ଭତ୍ତା ରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

new life
You might also like
error: Content is protected !!