ବିବି ହାଇସ୍କୁଲ କୁ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟବହାରକୁ ନେଇ ଅସନ୍ତୋଷ ;ଜିଲ୍ଲାପାଳଙ୍କ ନିକଟରେ ପରିଚାଳନା ସମିତିର ଅଭିଯୋଗ
ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବିବି ହାଇସ୍କୁଲରେ ପଞ୍ଚାୟତ ନିର୍ବାଚନରେ ଭୋଟ ପାଇଁ ବିଦ୍ୟାଳୟକୁ ବ୍ୟବହାର କରାଯାଉଥିବାର ଅସନ୍ତୋଷ ଦେଖାଦେଇଛି । ଏହି ବିଦ୍ୟାଳୟ ବ୍ୟବହାର ନକରିବାକୁ ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ନିବଦେନ କରିଛନ୍ତି ।
ବିବି ହାଇସ୍କୁଲରେ ନିର୍ବାଚନ ପାଇଁ ବିତରଣ ଏବଂ ସଂଗ୍ରହ କେନ୍ଦ୍ର କରାଗଲେ ଏଠାରେ ପ୍ରାୟ ୧୫ ଶହ କର୍ମଚାରୀ ଏକତ୍ରୀତ ହେବେ । ଏହି ବିଦ୍ୟାଳୟ ତମାଖୁ ମୁକ୍ତ ପରିବେଶ ନଷ୍ଟ ହେବାର ଆଶଙ୍କା ରହିଛି ।ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ,୫ଟି ମାଧ୍ୟମରେ ପରିବେଶକୁ ସବୁଜ ସୁନ୍ଦର କରାଯାଇଛି ।
ଅତ୍ୟଧିକ ଜନସମାଗମ ହେଲେ ପରିବେଶକୁ ନଷ୍ଟ କରିବା ସହିତ ବିଦ୍ୟାଳୟର ପରିବେଶ ନଷ୍ଟହେବାର ଆଶଙ୍କା ରହିଛି । ଏଣୁ ବିବି ହାଇସ୍କୁଲକୁ ବାଦ ଦେଇ ଅନ୍ୟ ସ୍ଥାନରେ ଏହିକେନ୍ଦ୍ର କରିବାକୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।