News
WhatsApp Image 2023-10-04 at 17.25.00
samparksetu

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ

ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ପ୍ରଚେଷ୍ଟାରେ ସମସ୍ତଙ୍କର ସହଯୋଗରେ କୋଭିଡ୍ -୧୯ ନିୟମ ସବୁକୁ ଅନୁପାଳନ କରି ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୨ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ସ୍ଵୀୟ ବାର୍ତ୍ତାରେ ଭାରତରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନର ଆବଶ୍ୟକତା ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱଚ୍ଛତା ହିଁ ଆଜିର ପ୍ରମୁଖ ଆବଶ୍ୟକତା ଓ ସ୍ୱଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ ଜୀବନଯାପନର ମୂଳମନ୍ତ୍ର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ୱଚ୍ଛତା ବିଷୟବସ୍ତୁ ଆଧାରିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା,ରାଲି, ସ୍ବଚ୍ଛତା ସମ୍ପର୍କରେ ସେମିନାର,ପ୍ରବନ୍ଧ, କବିତା ଲିଖନ,ସ୍ଲୋଗାନ୍,ଡ୍ରଇଂ , ପେଣ୍ଟିଂ ଓ ପୋଷ୍ଟର ,ଡଷ୍ଟବିନ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡିକରେ କୃତୀ ପ୍ରତିଯୋଗୀ ଛାତ୍ରୀ ଛାତ୍ର ଶୁଭସ୍ମିତା ସାହୁ,ସ୍ମିତାଶ୍ରୀ ଦେହୁରୀ, ଦୁର୍ଗା ପ୍ରସାଦ ମିଶ୍ର, ପ୍ରବନ୍ଧରେ, ବାସନ୍ତୀ ସାମନ୍ତରାୟ, ପିନାକୀ ପ୍ରିତମ ଛୋଟ୍ଟରାୟ , ଆଦିତ୍ୟ ଷେଣ୍ଢ ଡ୍ରଇଂ, ପେଣ୍ଟିଂ, ପୋଷ୍ଟରରେ, ଅଭିଜିତ ବେହେରା, ଶ୍ରଦ୍ଧାଞ୍ଜଳୀ ସାହୁ, ବିସ୍ମିତା ସାହୁ କବିତା, ସ୍ଲୋଗାନ ଲିଖନରେ କ୍ରମାନ୍ୱୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ପ୍ରାର୍ଥନା ସଭାରେ ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ପୁରସ୍କୃତ ହୋଇଥିଲେ। ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୨ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!