News
WhatsApp Image 2023-10-04 at 17.25.00
samparksetu

୬ ବର୍ଷ ପରେ ଵି ସରୁନି କଲ୍ୟାଣ ମଣ୍ଡପ

୬ ବର୍ଷ ପରେ ଵି ସରୁନି ଜିଲ୍ଲାର ପ୍ରଥମ କଲ୍ୟାଣ ମଣ୍ଡପ , ଫଳରେ ସାଧାରଣ ଜନତାଙ୍କ ବିବାହ,ବ୍ରତ ଓ ସଭାସମିତି କାର୍ଯ୍ୟପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ରାଜ୍ୟ ସରକାର ନିର୍ମାଣ କରୁଥିବା କଲ୍ୟାଣ ମଣ୍ଡପ ନା ଲାଗିଲା ଜନତା ଙ୍କ କାମରେ ନା ମିଳିଲା ପଞ୍ଚାୟତ କୁ ରୋଜଗାର l

ତେବେ ରାଜନେତାଙ୍କ ଇଛାଶକ୍ତି ର ଅଭାବ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା କାରଣରୁ ଛଅବର୍ଷ ପୂର୍ବରୁ ନିର୍ମାଣ ଆରମ୍ଭ ହୋଇଥିବା ଜିଲ୍ଲା ର ପ୍ରଥମ କଲ୍ୟାଣ ମଣ୍ଡପଟି ଅଧାପାନ୍ତରିଆ ଅବସ୍ଥାରେ ପଡି ରହିଛି। ଏପରି ସମସ୍ୟା ଦେଖିବାକୁ ମିଳିଛି ବୀର ବାଜିରାଉତଙ୍କ ମାଟିରେ ।

ବୀର ମାଟିକୁ ସମ୍ମାନ ଜଣାଇ ତଥା ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରଥମେ ଭୁବନ ବ୍ଲକ ମହୁଲପାଳ, ମଠକରଗୋଲା, ମାର୍ଥାପୁର ଭଳି ତିନୋଟି ସାଂସ୍କୃତି ସମ୍ପର୍ଣ୍ଣ ଗ୍ରାମ ପଞ୍ଚାୟତ କୁ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।

୨୦୧୬ ଡିସେମ୍ବର ରେ କାର୍ଯ୍ୟ ଆରମ୍ଭ କରିଥିଲେ। ଇତି ମଧ୍ୟ୍ୟରେ ଅଠର ପଂଚାୟତ ରୁ ୧୬ଟି କୁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ପାଞ୍ଚ ଟିର କାର୍ଯ୍ୟ ଶେଷ ହୋଇଛି । ଜନତା ଙ୍କ କାମରେ ଲାଗୁଛି । ଆଉ ୨ ବର୍ଷ ମଧ୍ୟରେ କାର୍ଯ୍ୟାଦେଶ ପାଇଥିବା ପଞ୍ଚାୟତ ଗୁଡିକ ଏବେ କାମ ଆରମ୍ଭ କଲେଣି ।

ହେଲେ ଜିଲ୍ଲାରେ ପ୍ରଥମ ଅନୁଦାନ ପାଇଥିବା ବୀରମାଟିରେ କିନ୍ତୁ ହୋଇପାରୁନି କଲ୍ୟାଣ ମଣ୍ଡପ ।କିନ୍ତୁ ବହୁସମୟ ବ୍ୟବଧାନରେ ଆରମ୍ଭ ହୋଇଥିବା ଭୁବନ ବ୍ଲକର ଅଧିକାଂଶ କଲ୍ୟାଣ ମଣ୍ଡପ ଶୁଭ ଉଦଘାଟନ ସରିଥିବା ବେଳେ ବାଜିରାଉତ ମାଟିରେ ନିର୍ମାଣ ଚାଲିଥିବା କଲ୍ୟାଣ ମଣ୍ଡପରେ ଗଛ ଉଠିଲାଣି।

ଫଳରେ ସରକାରଙ୍କ ଚତୁର୍ଦଶ ଅର୍ଥ କମିଶନ ଅନୁଦାନରେ ନିର୍ମାଣାଧିନ ଥିବା ଏହି ଅଧାପାନ୍ତରିଆ କଲ୍ୟାଣ ମଣ୍ଡପଟି ସହୀଦ ମାଟିକୁ ତାତ୍ସଲ୍ୟ କରୁଛି । ତୁରନ୍ତ ଏହାର ନିର୍ମାଣକାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଆମ ଗାଁଟି ବ୍ରାହ୍ମଣୀ ନଦୀ କୁଳରେ ଅବସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର କୁ ଲାଗି ହୋଇଛି କଲ୍ୟାଣ ମଣ୍ଡପ କିନ୍ତୁ ୬ ବର୍ଷ ହେଲାଣି ୨ ଦଳ କଳି ରେ ଆମେ ବଳି ପଡୁଛୁ ବୋଲି କୁହନ୍ତି ଗ୍ରାମବାସୀ ହରିହର ଆଚାର୍ଯ୍ୟ ।

ନଈ କୁଳିଆ ଗାଁ ରେ ୨୦୧୬ରେ ବୁଢା ସରପଞ୍ଚ ରଘୁନାଥ ଭଞ୍ଜ କରିଥିଲେ ହେଲେ ପରେ ଟଙ୍କା ଥାଇ ଵି ମମତା ସାହୁ ଙ୍କ ସମୟ ଶେଷ ହେଲା ପଛେ କାମ କିନ୍ତୁ ହେଲାନି ।ଏବେ ରଡ଼ ସିମେଣ୍ଟ ଦାମ ସହ ମୁଲିଆ ମଜୁରୀ ବଢ଼ିଲାଣି କାମ କଲେନି, ଆମ ମାଟି ର ନାଁ ପକାଇଲେ ,ଏହି ମାଟି କୁ ଅଧିକାରୀ ଙ୍କ ସୁଅ ଛୁଟୁଛି । ହେଲେ ସମସ୍ତେ ଅନ୍ଧ ମୁକ ସାଜିଛନ୍ତି, ବୋଲି କୁହନ୍ତି ୮୯ବର୍ଷ ବୟସ୍କ ପୂର୍ବତନ ସରପଞ୍ଚ ରଘୁନାଥ ଭଞ୍ଜ ।

ମୁଁ ନୂଆ କରି ଦାୟିତ୍ୱ ନେଇଛି , ସମସ୍ତ ବିଷୟ ରେ ବୁଝୁଛି । କଲ୍ୟାଣ ମଣ୍ଡପ କଥା ଗାଁ ଲୋକଙ୍କ ଠାରୁ ଅଭିଯୋଗ ପାଇ ବିଡ଼ିଓ ଙ୍କୁ ଜଣାଇଛି ବୋଲି କୁହନ୍ତି ସରପଞ୍ଚ ଲିପ୍ସା ରାଉତ ।ପୁରୁଣା କାମ କୁ ଶେଷ କରିବା କୁ ବୈଠକ ରେ ସ୍ଥିର ହୋଇଛି, ବାଜିରାଉତ ଗାଁ ରେ କଲ୍ୟାଣ ମଣ୍ଡପ ପୂର୍ଣ୍ଣାଙ୍ଗ ନହେବା ଦୁର୍ଭାଗ୍ୟ ଜନକ , ତେବେ ବିଡ଼ିଓ ଙ୍କୁ ଦଶ ଲକ୍ଷ ଅଧିକ ଅନୁଦାନ ଦିଆଯିବା ନିମନ୍ତେ କୁହାଯାଇଛି ।

new life
You might also like
error: Content is protected !!