News
WhatsApp Image 2023-10-04 at 17.25.00
samparksetu

ଭୁବନରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉତ୍ସବ

ଭୁବନ ବିଜ୍ଞପିତ ଅଂଚଳ ପରିଷଦ ର ବାଜିରାଉତ   କଲ୍ୟାଣ  ଠାରେ  ବିଜୁଜନତା ଦଳ ତରଫରୁ  ମୂଖ୍ୟମନ୍ତ୍ରୀ  ନବୀନ୍ ପଟ୍ଟନାୟକଙ୍କୁ ଧନ୍ୟବାଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ  ସ୍ଥାନୀୟ ଯୁବ କ୍ରୀଡାବିତ୍ ମାନଙ୍କୁ ଅପରାହ୍ନ ରେ  ସହର ପରିକ୍ରମା କରାଯାଇଥଲା  ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ  ପ୍ରଫୁଲ କୁମାର ମଲ୍ଲିକ୍ , ବିଜୟ କୁମାର ନାୟକ,ବ୍ଲକ ଅଧ୍ୟଖ୍ୟ  ଧର୍ମାନନ୍ଦ ବରାଳ ଏବଂ ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ଜିଲା ଛାତ୍ର ସଭାପତି ସୁରଜ ମହାପାତ୍ର  ଉପସ୍ଥିତ ଥିଲେ l

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଇଣ୍ଡୋର ଷ୍ଟାଡିୟମ ପାଇଁ ୬କୋଟି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କା ମଞ୍ଜୁର କରିଥିବାରୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କଲେ ।

new life
You might also like
error: Content is protected !!