News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇଲା ପରିବାର

ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଯୁବକ ଖୁଣ୍ଟୁଣି ନିକଟରେ ଟ୍ରକ୍ ଦୁର୍ଘଟଣା ରେ ପ୍ରାଣ ହାନୀ ଘଟିଥିବା ଜଣାଯାଇଛି । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହାଆରଡମ୍ବରେ ଚାଲୁଥିବା ସମୟରେ ଦୁଇ ସାଙ୍ଗଙ୍କ ପାଇଁ ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି କଟକ – ସମ୍ବଲପୁର ଜାତୀୟ ରାଜପଥ ଖୁଟୁଣି ଥାନା ନିକଟରେ l

ସୂଚନା ଅନୁଯାୟୀ ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଖଗେଶ୍ବର ମହାରଣାଙ୍କ ପୁଅ ରଜତ ମହାରଣା ( ୨୭ )ଓ ଧଉଳି ଥାନା ଶିଶୁପାଳଗଡ଼ ଅଞ୍ଚଳର ସୋମନାଥ ହରିଚନ୍ଦନ ( ୨୫) ଦୁହେଁ ଆଜକୁ ଛଅ ମାସ ହେବ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ରେ କାର୍ଯ୍ୟ କରୁଥିଲେ ।

ତେବେ ଢେଙ୍କାନାଳରେ ଚାଲୁଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଗତ ବୁଧବାର ଦିନ ରଜତ ମହାରଣା ଓ ତାଙ୍କ ସାଙ୍ଗ ସୋମନାଥ ହରିଚନ୍ଦନ ଦୁହେଁ ମିଶି ବାଇକ ଯୋଗେ ଭୁବନେଶ୍ବର ରୁ ଢେଙ୍କାନାଳ ଅଭିମୁଖେ ବାହାରିଥିଲେ । ବୁଲା ବୁଲି କରି ଯାତ୍ରା ଦେଖି ସାରିବା ପରେ ଭୁବନେଶ୍ବର ଯାଉଥିବା ବାଟରେ ଖୁଣ୍ଟୁଣି ଛକ ନିକଟରେ କଟକ ଆଡୁ ଦୃତ ଗତିରେ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତୁ ଘଟିଥିବା ଜଣାପଡ଼ିଛି ।

new life
You might also like
error: Content is protected !!