News
WhatsApp Image 2023-10-04 at 17.25.00
samparksetu

ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଚାଲିଶ ଟନ ରୁ ଉର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ l

ଭୁବନ ଅଞ୍ଚଳ ୧୦ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି ,ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି କିଏ ?ଢେଙ୍କାନାଳ ଜିଲ୍ଲାରେ କୋଇଲା ର ବ୍ୟବସାୟ କିଭଳି ପୋଲିସ ଓ ଖଣି ବିଭାଗ ଜ୍ଞାତସାରରେ ହୁଏ ତାହା ସଦର ଥାନା ଅଧିକାରୀ ଅଭିନଵ ଡ଼ାଳୁଆଙ୍କ ଠାରୁ ପ୍ରମାଣିତ।

ଜାତୀୟ ରାଜପଥ ୫୩ର ମଠକରଗୋଳା ଆଦିପୁରା, ଶାମଳ ଭୁବନର ନୂଆଭୁବନ, ଭଦଳିଆପସି, ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ଅନଲୋଡ଼ ହେଉଛି ।

ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଉଛି , ଆଜି ଚନ୍ଦାର ଠାରେ ଠାବ କରାଯାଇଥିବା କୋଇଲା ର ଟ୍ରକ କାଦୁଅ ମାଟିରେ ପଶିଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା ।ତେବେ ରାତାରାତି କୋଇଲା କୁ ଲେବର ଦ୍ୱାରା ଅନଲୋଡ କରାଯାଇ ଟ୍ରକକୁ ଲୁଚାଇ ରଖାଯାଇଥିବାରୁ କୋଇଲାର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି ।

ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ କୋଇଲାକୁ ଜବତ କରି ଖଣି ବିଭାଗକୁ ସୁଚନା ପ୍ରଦାନ କରିଥିଲେ । ସୂଚନା ପାଇ ତାଳଚେର ଖଣି ଉପ ନିର୍ଦେଶକ ଧରଣୀ ଧର ନାୟକ ଙ୍କ ନିର୍ଦେଶ କ୍ରମେ ମାଇନିଙ୍ଗ ଇନ୍ସପେକ୍ଟର ଭଂଜକିଶୋର ସାହା ଙ୍କ ନେତୃତ୍ୱ ରେ ଏକ ଟିମ ପହଁଚି ତଦନ୍ତ ଚଳାଇଥିବା ଜଣାପଡିଛି ।

କୋଇଲା ର ଆନୁମାନିକ ମୂଲ୍ୟ ୨.୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ଦେଖାଯାଉ ଜିଲ୍ଲା ପ୍ରଶାସନ ଶିତତାପ ନିୟନ୍ତ୍ରଣଯନ୍ତ୍ର ତଳେ ନିଘୋଡ ନିଦରୁ କେବେ ଉଠୁଛି । ଖଣିମନ୍ତ୍ରୀଙ୍କ ଅଞ୍ଚଳ ରେ ଖଣିଜ ଦ୍ରବ୍ୟର ଚୋରା କାରବାର ମନ୍ତ୍ରୀଙ୍କ ସ୍ୱଛତା ପ୍ରତି ଆଙ୍ଗୁଟି ଦେଖାଉଛି ।

new life
You might also like
error: Content is protected !!